HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Untitled Rasiphala

ମେଷ

ଆଜି ଆପଣ ଟିକେ ଭାବପ୍ରବଣ ହୋଇପାରନ୍ତି। ନୂଆ କାମ କରିବାରେ ନିବୃତ୍ତ ରହନ୍ତୁ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଅଧିକାରୀଙ୍କ ବ୍ୟବହାରରେ କଷ୍ଟ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା

ବୃଷ

ଆପଣଙ୍କ ପାଇଁ ଦିନଟି ଅନୁକୂଳ। କ୍ୟାରିଅର ଓ ଚାକିରିରେ ସଫଳତା ମିଳିବ। ଆପଣଙ୍କୁ କେହି ଅଚାନକ ଉପହାର ଦେବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିବ। ଆପଣଙ୍କ ପରିବାରରେ ପ୍ରସନ୍ନତା ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ

ମିଥୁନ

ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ। ବେପାରରେ ଲାଭ ହେବ। ମହିଳାମାନେ ଜୀବନସାଥୀଙ୍କୁ କିଛି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଲାଲ

କର୍କଟ

ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟପ୍ରାପ୍ତିରେ ସହାୟକ ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ବିବାହିତଙ୍କ ଲାଗି ଦିନଟି ବହୁତ ବଢ଼ିଆ ରହିବ। ଶୁଭରଙ୍ଗ: ଧୂସର

ସିଂହ

ଦିନଟି ସବୁ ଦୃଷ୍ଟିରୁ ଭଲ। ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ବଢ଼ିଆ ବଜାୟ ରହିବ। କୌଣସି କଳାତ୍ମକ ଜିନିଷ ପ୍ରତି ଆପଣଙ୍କର ଆକର୍ଷଣ ଅଧିକ ରହିବ। ଛାତ୍ରମାନଙ୍କର ପଢ଼ିବାରେ ପ୍ରଦର୍ଶନ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା

କନ୍ୟା

ଅଫିସକୁ ସୁନ୍ଦର ଭାବେ ସଜାଇପାରନ୍ତି। ଆପଣଙ୍କୁ କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିପାରେ। ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। କାନୁନ ବିବାଦ ଆଜି ସମାପ୍ତ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ

ତୁଳା

ଅନୁଭବୀ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିପାରନ୍ତି। ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ସବୁଜ

ବିଛା

ଆପଣ ପରିବାର ସହିତ କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କୁ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ମିଳିବ। କାରବାରରେ ଲାଭର ଯୋଗ ରହିଛି। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହୋଇପାରେ। ଛାତ୍ରୀଙ୍କୁ ଶୁଭ ଖବର ମିଳିପାରେ। ଶୁଭରଙ୍ଗ: ଗୋଲାପୀ

ଧନୁ

କୌଣସି ଜରୁରୀ କାମ ଧନ୍ଦାରେ ଯାତ୍ରାର ଯୋଗ ରହିଛି। କାମ ସମୟରେ ପୂରା ନହେବାରୁ ଆପଣଙ୍କର ମାନସିକ ଅଶାନ୍ତି ବଢ଼ିପାରେ। ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା

ମକର

ଆଜି ଆପଣ ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ। ଅଫିସରେ କୌଣସି କାମକୁ ନେଇ ଆପଣଙ୍କର ପ୍ରଶ˚ସା ହେବ। ଅଚାନକ ଧନପ୍ରାପ୍ତି ହେବ। ଆପଣଙ୍କର ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଶୁଭରଙ୍ଗ: କ୍ରୀମ୍‌

କୁମ୍ଭ

ଆଜି ଆପଣଙ୍କ ପାଇଁ ସଫଳତାର ରାସ୍ତା ଉନ୍ମୁକ୍ତ ରହିଛି। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ବ୍ୟବସାୟରେ ମନ ଅନୁସାରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରୀମାନଙ୍କର ବିଦ୍ୟାଭ୍ୟାସରେ ମନ ଲାଗିବ। ଶୁଭରଙ୍ଗ: ଧଳା

ମୀନ

ଖୁସ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ। ବୈ‌େଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଆପଣ ଦାୟିତ୍ବ ନିର୍ବାହରେ ସଫଳ ହେବେ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ପାଇବେ। ଶୁଭରଙ୍ଗ: ବାଦାମୀ

ପଢନ୍ତୁ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛିକି! ତେବେ ଜଲଦି ବେଡ୍‌ରୁମ୍‌ରୁ ବାହାର କରନ୍ତୁ ଏହି ସବୁ ଜିନିଷ

Related posts

୨୨ ନଭେମ୍ବର, ବୁଧୁବାର – ରାଶିଫଳ

ENO Beuro

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

1 comment

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି September 10, 2019 at 10:32 am

[…] ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି […]

Leave a Comment