HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Untitled Rasiphala

ମେଷ

ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହେବ। ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ମିତ୍ରଙ୍କ ଭ୍ରମଣରେ ଯିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା।

ବୃଷ

ଆପଣଙ୍କ କଳ୍ପନା ଶକ୍ତିରେ ଆପଣଙ୍କୁ ଲକ୍ଷ୍ୟ ମିଳିବ। ଆପଣଙ୍କ ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଚାକିରି ତଲାସରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଶୁଭରଙ୍ଗ: ଘିଅରଙ୍ଗ

ମିଥୁନ

ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ। ବଡ଼ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ

କର୍କଟ

ଭାବିଥିବା କାମର ଗତି ମଜଭୁତ ରହିବ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ବେପାରି ବର୍ଗଙ୍କୁ ଅଚାନକ ଧନଲାଭ ହେବ। ସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଛାତ୍ରଛାତ୍ରୀଙ୍କର ପଢ଼ିବା ଲେଖିବାରେ ମନ ଲାଗିବ। ଶୁଭରଙ୍ଗ: କ୍ରୀମ୍‌

ସିଂହ

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଅଫିସରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ଲାଭପ୍ରଦ ହେବ। ନ୍ୟାୟିକ ମାମଲାରେ ଆପଣଙ୍କୁ ଆରାମ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା

କନ୍ୟା

ଆପଣଙ୍କର ବ୍ୟକ୍ତିତ୍ବକୁ ବିସ୍ତାରିତ କରିବାକୁ ଚେଷ୍ଟା କରିବେ। ଅଫିସ କାମକୁ ପୂରା କରିବାରେ ସଫଳ ହେବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ଅନୁବନ୍ଧ ହୋଇପାରେ। ଆଇନ୍‌ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କଫିରଙ୍ଗ

ତୁଳା

ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ବ୍ୟାଙ୍କ ଋଣର ଅସୁବିଧା ଦୂର ହେବ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଶୁଭରଙ୍ଗ: ଆକାଶିନୀଳ

ବିଛା

ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଫିସରେ କର୍ତ୍ତୃପକ୍ଷ ଭଲ ସହଯୋଗ ମିଳିବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଫାଇଦା ହୋଇପାରେ। ଶୁଭରଙ୍ଗ: ଧଳା

ଧନୁ

ବ୍ୟବସାୟ ମାମଲାରେ ଦିନଟି ଭଲ ହୋଇପାରେ। ଯାହାଙ୍କ ଠାରୁ ସାହାଯ୍ୟ ଆଶା କରିବେ ତାହା ପୂରା ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କୁ ସନ୍ତାନ ସୁଖର ପ୍ରାପ୍ତି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଲାଲ

ମକର

ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ନିର୍ଦ୍ଦିଷ୍ଟ ସମୟରେ କାମ ପୂରା ହେବ। କାରବାରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ଧଳା

କୁମ୍ଭ

ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିବ। ଅଫିସରେ ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁବ୍‌ ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ନୀଳ

ମୀନ

ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଆଜିର ଦିନ ପ୍ରେମ ସମ୍ବନ୍ଧ ଲାଗି ଭଲ ରହିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା

ପଢନ୍ତୁ: ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Related posts

୧୦ ନଭେମ୍ବର ଶୁକ୍ରବାର , ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୭ ନଭେମ୍ବର, ରାଶିଫଳ

ENO Beuro

Leave a Comment