HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ମେଷ

ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଭାବିଥିବା କାମ ଅଚାନକ ପୂରା ହୋଇଯିବ। ଯୌଥ କାରବାରରେ ଲାଭ ପାଇବେ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି। ଶୁଭରଙ୍ଗ: ଘିଅରଙ୍ଗ

ବୃଷ

ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧର୍ମକାର‌୍ୟ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ ।ଶୁଭରଙ୍ଗ: ଧଳା

ମିଥୁନ

ଘାତଚନ୍ଦ୍ର ଭୋଗ ହେତୁ ଠାକୁରଙ୍କୁ ଧ୍ୟାନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ ।  ବ୍ୟବସାୟ ଲାଭଜନକ ହେବ । ଶୁଭରଙ୍ଗ: ସବୁଜ

କର୍କଟ

ଆପଣଙ୍କ ଭାଗ୍ୟବୃଦ୍ଧିର ଦିନ ଅଟେ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି। ଧନ ଲାଭର ମଧ୍ୟ ସଂଭାବନା ଅଛି। ବ୍ୟବସାୟରେ ପ୍ରମୋସନର ଯୋଗ ଅଛି। ଶୁଭରଙ୍ଗ: ବାଦାମୀ

ସିଂହ

ଅଫିସରେ ବାତାବରଣ ଅନୁକୂଳ ରହିବ। କୌଣସି ବିଶେଷ ଦାୟିତ୍ବ ମିଳିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭର ଯୋଗ ରହିଛି। ରାଜନୀତିରେ ସୀମା ବଢ଼ାଇବେ। ଶୁଭରଙ୍ଗ: ଧଳା

କନ୍ୟା

ଆଜି ଆପଣ ରାଗର ଶିକାର ହୋଇପାରନ୍ତି, ନିଜ ରାଗଉପରେ ପୂରାପୁରି ଭାବରେ ନିୟନ୍ତ୍ରଣ ରଖିବାକୁ ଚ଼େଷ୍ଟା କରନ୍ତୁ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସରକାରୀ ସ୍ତରରୁ ଲାଭ ମିଳିବ ।  ଶୁଭରଙ୍ଗ: ବାଦାମୀ

ତୁଳା

କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବୃଦ୍ଧି ହେବ । କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ ।ଧନପ୍ରାପ୍ତି ଯୋଗ ରହିଛି। ବନ୍ଧୁଙ୍କ ସହ ଦେଖା ହୋଇପାରେ। ଶୁଭରଙ୍ଗ: ଧଳା

ବିଛା

ମନରେ ନୂଆ ନୂଆ ବିଚାର ଆସିବ। ଅସନ୍ତୋଷ ଭାବନାରେ ମନ ବ୍ୟସ୍ତ ହୋଇପାରେ। ଶାରୀରିକ ରୂପରେ ମଧ୍ୟ ଆପଣ କମଜୋର ଅନୁଭବ କରିବେ। ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ। ଶୁଭରଙ୍ଗ: କ୍ରୀମ୍‌

ଧନୁ

ଆଜି ଆପଣଙ୍କ ବନ୍ଧୁମାନେ ଆପଣଙ୍କୁ ଖୁବ୍ ପ୍ରଶଂସା କରିବେ ।କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ପାଇ ଗର୍ବିତ ହୋଇପାରନ୍ତି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । ଶୁଭରଙ୍ଗ: ମେରୁନ

ମକର

ଦିନଟି ଉତ୍ତମ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମନ ପ୍ରସନ୍ନ ରହିବ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଛାତ୍ରଙ୍କ ଲାଗି ଦିନଟି ଭଲ ପରିଣାମ ନେଇ ଆସିବ। ଶୁଭରଙ୍ଗ: ଧଳା

କୁମ୍ଭ

ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ ।ଶୁଭରଙ୍ଗ: କ୍ରୀମ୍‌

ମୀନ

ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାମ ସହଜରେ କରିପାରିବେ। ନେତାଙ୍କୁ ପରିଶ୍ରମର ଫଳ ମିଳିବ। ବ୍ୟବସାୟରେ ଉନ୍ନତି ପାଇଁ ଧୢାନ ଦେବେ। ଶୁଭରଙ୍ଗ: ଲାଲ

Related posts

ଜାଣନ୍ତୁ ଆଜିର ରାଶିଫଳ

ENO Beuro

୨୫ ନଭେମ୍ବର, ଶନିବାର – ରାଶିଫଳ

ENO Beuro

୧୫ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

Leave a Comment