Entertainment

ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର

By ENO Beuro

March 22, 2018

ଚଳଚ୍ଚିତ୍ରରେ ଲିଡ଼୍ ରୋଲରେ ବିଦ୍ୟା ବାଲାନ ନଜର ଆସିପାରନ୍ତି

ବଲିଉଡ ସିନେମା ଜଗତରେ ଲେଡ଼ି ସୁପରଷ୍ଟାର ଶ୍ରୀଦେବୀ । ଏହି ସୁପରଷ୍ଟାରଙ୍କ ବିଷୟରେ କିଛି ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଏବେ ଶୁଣିବାକୁ ମିଳୁଛି କି ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀ ଉପରେ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା ଚାଲିଛି । ଲିଡ଼୍ ରୋଲରେ ହିରୋଇନ୍ କିଏ ହେବେ ତାହା ଜଣାପଡ଼ିନାହିଁ ।

ଏକ ସାକ୍ଷାତକାରରେ ନିର୍ଦେଶକ ହଂସଲ ମେହେତା ଏହି ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି କି ପୂର୍ବରୁ ଶ୍ରୀଦେବୀଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରିଥିଲେ ।କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ ।

ଶ୍ରୀଦେବୀ ମୃତ୍ୟୁ ବରଣ କଲେ । ନିର୍ଦେଶକ ହଂସଲ ମେହେତାଙ୍କର ଆଶା ଆଶାରେ ହିଁ ରହିଗଲା । କିନ୍ତୁ ଏବେ ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ସ୍ଥିର କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଚଳଚ୍ଚିତ୍ରଟିକୁ ଶ୍ରୀଦେବୀଙ୍କୁ ଡ଼େଡ଼ିକେଟ୍ କରିବେ । ଏହି ଚଳଚ୍ଚିତ୍ରରେ ଲିଡ଼୍ ରୋଲ ପାଇଁ ବିଦ୍ୟାବାଲାନ୍ ହିଁ ନଜରକୁ ଆସିପାରନ୍ତି ବୋଲି ହଂସଲ ମେହେତା ଏକ ସାକ୍ଷାତକାରରେ କହିଛନ୍ତି ।

ପଢନ୍ତୁ ;

ଇଏ ହେଉଛନ୍ତି ସୁନ୍ଦରଗଡର ସଲମାନ ଖାନ