EnewsOdia.Com

ହରିୟାଣା ସସ୍‌ପେନ୍ସରେ ପୁର୍ଣ୍ଣଛେଦ୍‌: ବିଜେପିରୁ ମୁଖ୍ୟମନ୍ତ୍ରୀ-ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନହୋର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ମେଣ୍ଟର ସର୍ତ୍ତ ଅନୁଯାୟୀ ନିଜେ ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।

ଚଳିତ ନିର୍ବାଚନରେ ହରିୟାଣାର ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟି ସିଟ୍ ହାତେଇପାରିଥିଲା । ମାତ୍ର ୬ଟି ଆସନ କମ୍ ଥିବାରୁ ସରକାର ଗଠନରୁ ବଞ୍ଚିତ ହୋଇଥିଲା ବିଜେପି । ଏଣୁ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଲୋଡ଼ିଥିଲା । ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ ନେଇ ସକ୍ଷମ ଥିଲେ ହେଁ ସ୍ଥାୟୀ ସରକାର ଗଠନ ନେଇ ଜେଜେପି ସହ ମେଣ୍ଟ କରିଛି ବିଜେପି ।

ପଢନ୍ତୁ: ଧନତେରସ୍‌ରେ ବୋହିନେଲେ ୧୭୦ କୋଟିର ସୁନା

ସମ୍ବନ୍ଧିତ ଖବର

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

Ratnamani Maharana

ଦିଲ୍ଲୀ ହିଂସାକାଣ୍ଡ ନେଇ ଅମିତ ଶାହାଙ୍କୁ ସୋନିଆଙ୍କ ଟାର୍ଗେଟ୍

Ratnamani Maharana

ଗଣମାଧ୍ୟମ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟସରକାର

Ratnamani Maharana

ଦୁର୍ନୀତି ବିରୋଧରେ ଶପଥପାଠ, ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

Ratnamani Maharana

ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି

Ratnamani Maharana