• Home
  • News
  • ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ
News

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ

ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍ ରାମ ରହିମଙ୍କ ପୋଷ୍ୟାକନ୍ୟା  ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି,  ରାମରହିମଙ୍କୁ ଫେରାର କରିବା ଚକ୍ରାନ୍ତ ଅଭିଯୋଗରେ ହନିପ୍ରୀତିଙ୍କ ନାଁରେ ହରିୟାଣା ପୋଲିସ ଲୁକ ଆଉଟ ନୋଟିସ ଓ ଦେଶଦ୍ରୋହ ମାମଲା ଜାରି କରିଛି । ଦୁଇ ଜଣ ସ୍ୱାଧୀଙ୍କୁ ବଳାତ୍କାର କରିବା ମାମଲାରେ ରାମ ରହିମ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଦୋଷୀ ସ୍ୟାବସ୍ତ ୨୦ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି ।  ତାଙ୍କୁ କୋର୍ଟରୁ ଫେରାର କରିବା ପାଇଁ ହନିପ୍ରୀତ ଯୋଜନା କରିଥିବା ଅଭିଯୋଗ ହୋଇଛି ।

ରାମ ରହିମଙ୍କୁ ଫେରାର କରିବା ପାଇଁ ଚାଲିଥିବା ବିରାଟ ଷଡଯନ୍ତ୍ରର ସୁରାକ ପାଇଛି ପୁଲିସ । ହନିପ୍ରୀତ ଏହି ଯୋଜନାର ମୁଖ୍ୟ ସୂତ୍ରଧାର ।  ଏହି ଯୋଜନା ସମ୍ପର୍କରେ ହରିଆଣା ପୁଲିସ ଜାଣିପାରି ରାମ ରହିମଙ୍କୁ କୋର୍ଟରୁ ହେଲିକପ୍ଟର ଯୋଗେ ରୋହତକ ସୁନାରିଆ ଜେଲକୁ ନିଆଯାଇଥିବା ପୁଲିସ ଆଇଜି କେକେ ରାଓ କହିଛନ୍ତି । ତେବେ ରାମରହିମଙ୍କୁ ଫେରାର କରାଇବା ଷଡଯନ୍ତ୍ରରେ ସାମିଲ ଥିବା ୫ଜଣ ଯବାନକୁ ମଧ୍ୟ ବହିଷ୍କାର କରାଯାଇଥିବା ରାଓ କହିଛନ୍ତି ।

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍:

ହନିପ୍ରୀତଙ୍କ ପ୍ରକୃତ ନାଁ ହେଉଛି ପ୍ରିୟଙ୍କା ତନେଜା। ସେ ହରିଆଣାର ଫତେହାବାଦର ବାସିନ୍ଦା । ୧୯୯୯ ମସିହା ଫେବୃଆରୀ ୧୪ ତାରିଖରେ ବିଶ୍ୱାସ ଗୁପ୍ତାଙ୍କୁ ବିବାହ କରିଥିଲେ ହନିପ୍ରୀତ।  କିନ୍ତୁ ହନିପ୍ରୀତିଙ୍କ ବୈବାହିକ ଜୀବନ ବେଶି ଦିନ ଚାଲି ପାରି ନଥିଲା।  ବିବାହର କିଛି ଦିନ ପରେ ହନିପ୍ରୀତି ଅଭିଯୋଗ କରିଥିଲେ ଯେ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦେଉଛନ୍ତି ।

୨୦୦୯ରେ ରାମରହିମ ତାଙ୍କୁ ପୋଷ୍ୟକନ୍ୟା କରିଥିଲେ ଏବଂ ତାଙ୍କ ନାଁ ରଖିଥିଲେ ହନିପ୍ରୀତ ଇନସାନ୍ । ଏହାପରେ ସେ ସିରସାସ୍ଥିତ ଡେରା ଆଶ୍ରମରେ ରହିଥିଲେ । ରାମ ରହିମଙ୍କର ନିଜର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ଅମନପ୍ରୀତ, ଚମନପ୍ରୀତ ଓ ଜସମୀତ।

୨୦୧୧ରେ ବିଶ୍ୱାସ ଗୁପ୍ତା ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ମକଦ୍ଦମା ରୁଜୁ କରିଥିଲେ ଓ ରାମ ରହିମଙ୍କ କବ୍‌ଜାରୁ ତାଙ୍କ ପତ୍ନୀ ହନିପ୍ରୀତକୁ ମୁକୁଳାଇବାକୁ ଅନୁରୋଧ କରିଥିଲେ । ହନିପ୍ରୀତ ସହିତ ରାମ ରହିମଙ୍କ ଅବୈଧ ସଂପର୍କ ଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ । ମାତ୍ର ଆଶ୍ରମରୁ ଆଉ ଫେରି ନଥିଲେ ହନିପ୍ରୀତ ।

ହନିପ୍ରୀତ ରାମ ରହିମଙ୍କ ଖୁବ୍ ନିକଟତର ଥିଲେ। ସେ ଡେରାର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବୁଝୁ ଥିଲେ। ସେ ରାମ ରହିମଙ୍କ ଫିଲ୍ମଗୁଡ଼ିକର ନିର୍ଦ୍ଦେଶନା ଦେଉଥିଲେ।  ସେ ‘ଏମ୍‌ଏସ୍‌ଜି: ଦ ୱାରିୟର ଲାୟନ ହାର୍ଟ’ର ବି ନିର୍ଦ୍ଦେଶନା ଦେଇଥିଲେ।

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ  ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ

Related posts

ଇତିହାସ ରଚିଲା ଇସ୍ରୋ ,ଉପଗ୍ରହ ପ୍ରେରଣ କଲା ମହାକାଶକୁ

Krishna Kumar Manoj

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

Krishna Kumar Manoj

ହାତ, ଗୋଡ ହଲାଉଛି ବଳିଆ, ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରିବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More