Entertainment

ବଲିଉଡରେ ପାଦ ରଖିବେ ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସହ ବିବାଦ ପରେ ପତ୍ନୀ ହସିନ ଜାହାଁ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି। ହସିନ ପୂର୍ବରୁ ମଡେଲିଂ ଓ ଆଇପିଏଲ୍ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଚିୟର ଗାର୍ଲ ରହିସାରିଛନ୍ତି । ଏବେ ସେ ଅଭିନୟ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ମହମ୍ମଦ ସାମିଙ୍କ ପତ୍ନୀ ହସିନ ନିର୍ଦ୍ଦେଶକ ଅଜମଦ ଖାନ୍ଙ୍କ ଆଗାମୀ ଚଳଚିତ୍ର ‘ଫତଓ୍ଵା’ ପାଇଁ ସାଇନ୍ କରିଛନ୍ତି । ଏହି ଚଳଚିତ୍ରରେ ସେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ । ଏହି ଚଳଚିତ୍ରର ସୁଟିଂ ଚଳିତ ମାସ ଅକ୍ଟୋବରରୁ ଆରମ୍ଭ ହେବ।

ହସିନ ଜାହାଁ ଗଣମାଧ୍ୟମକୁ କହିଛନ୍ତି ଯେ, ମତେ ମୋ ପିଲାଙ୍କ ପାଇଁ କିଛି କରିବାକୁ ପଡ଼ିବ । ନ୍ୟାୟ ପାଇଁ ଆଇନର ଲଢାଇ ଲଢିବାକୁ ପଡିବ। ଏଥି ପାଇଁ ମଧ୍ୟ ପଇସା ଦରକାର । ମୋ ପାଖରେ ଅନ୍ୟ କୌଣସିି ଉପାୟ ନ ଥିଲା । ଯେତେବେଳେ ଏହି ଚଳଚିତ୍ର ପାଇଁ ନିର୍ଦ୍ଦେଶକ ମତେ ପ୍ରସ୍ତାବ ଦେଲେ ମୁଁ ଏଥିରେ ରାଜି ହୋଇଯାଇଥିଲି । ଅନ୍ୟ ପଟେ ନିର୍ଦ୍ଦେଶକ ଅଜମଦ ଖାନ୍ କହିଛନ୍ତି ବିବାଦ କାରଣରୁ ତାଙ୍କୁ ସିନେମାରେ ନିଆ ଯାଇନାହିଁ । ସିନେମାର କାହାଣୀ ଅନୁସାରେ ତାଙ୍କୁ ଚୟନ କରାଯାଇଛି।

ପଢନ୍ତୁ;ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡ୍‌ର ଆଉ ଏକ ବାପା-ଝିଅ ଯୋଡି

Related posts

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘

ENO Beuro

ବହୁତ ଜଲଦି ଦର୍ଶକଙ୍କ ପାଖକୁ ଆସୁଛି ଏକ ନୂତନ ଧରଣର ଡକୁମେଣ୍ଟାରି ଓଡିଆ ଚଳଚିତ୍ର

ENO Beuro

‘ହାଉସଫୁଲ୍‌ –୪’ ସିନେମାରେ ଅକ୍ଷୟଙ୍କ ସହ ରୋମାନସ୍‌ କରିବେ ଏହି ନାୟିକା

ENO Beuro

1 comment

Leave a Comment