SPORTS

ମାସିକ ଭରଣପୋଷଣ ପାଇଁ ୧୫ ଲକ୍ଷ ଦାବି କଲେ ମହମ୍ମଦ ସାମିଙ୍କ ପତ୍ନୀ

ମାସକୁ ୧୫ ଲକ୍ଷ ମାଗିଲେ ହସିନ୍‌

କ୍ରିକେଟର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ଗଣ୍ଡଗୋଳ ବୁଧବାର ନୂଆ ମୋଡ଼ ନେଇଛି । ସାମିଙ୍କଠାରୁ ହସିନ ମାସିକ ୧୫ ଲକ୍ଷ ଟଙ୍କାର ଭରଣ ପୋଷଣ ଦାବି କରିଛନ୍ତି । ମଙ୍ଗଳବାର ସ୍ଥାନୀୟ ଅଲ୍ଲୀପୁର ଅଦାଲତରେ ଆଉ ଏକ ମାମଲା ଦାୟର କରି ହସିନ୍‌ ନିଜ ପାଇଁ ମାସିକ ୧୦ ଲକ୍ଷ ଏବଂ ଝିଅ ଆରିଆ ପାଇଁ ମାସିକ ୫ ଲକ୍ଷ ଟଙ୍କାର ଭରଣ ପୋଷଣ ଦେବାକୁ ସାମିଙ୍କୁ କହିବାକୁ ମାନ୍ୟବର ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।

ଏହି ମାମଲାର ଶୁଣାଣି କରୁଥିବା ୩ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ ସାମି ଓ ତାଙ୍କ ପରିବାରବର୍ଗଙ୍କୁ ୧୫ ଦିନ ମଧ୍ୟରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କହିଛନ୍ତି। ”ତୁରନ୍ତ ଶୁଣାଣି ପାଇଁ ଆମେ ମୁଖ୍ୟ ନ୍ୟାୟାଧୀଶଙ୍କୁ ଆବେଦନ କରିବା ପରେ ସେ ୩ୟ ମାଜିଷ୍ଟ୍ରେଟ୍‌ଙ୍କୁ ଏହାର ଦାୟିତ୍ୱ ଦେଇଛନ୍ତି । ଉକ୍ତ ମାଜିଷ୍ଟ୍ରେଟ୍‌ ଆମ ମାମଲାକୁ ଭିତ୍ତି କରି ପ୍ରତିପକ୍ଷଙ୍କୁ ୧୫ ଦିନ ମଧ୍ୟରେ ହାଜର ହେବା ପାଇଁ କହିଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ମେ ୪ ତାରିଖରେ ହେବ“ ବୋଲି ଜାହାନଙ୍କ ଓକିଲ ଜାକିର ହୁସେନ କହିଛନ୍ତି ।

ପୁଲିସ ଅଦାଲତଙ୍କ ନିର୍ଦେଶ ପରେ ସାମିଙ୍କ ଗାଁରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଛି । ତେବେ ସାମି ଆଇପିଏଲ୍‌ ଖେଳୁ୍‌ଥିବାରୁ ପୁଲିସ ତାଙ୍କ ସହ କଥା ହେବାର ସୁଯୋଗ ପାଇନି । ହସିନଙ୍କ ଓକିଲ କହିଛନ୍ତି ଯେ ମନୋମାଳିନ୍ୟ ପରଠାରୁ ହସିନଙ୍କୁ ସାମି ମାତ୍ର ୧ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ । ଏହି ଚେକ୍‌ଟି ବାଉନ୍ସ ହୋଇ ଯାଇଛି । ଏବେ ଚଳିବା ପାଇଁ ହସିନଙ୍କ ପାଖରେ ଟଙ୍କାଟିଏ ବି ନାହିଁ ।

ସୂଚନା ଅନୁସାରେ ପୂର୍ବରୁ ସାମିଙ୍କ ନାମରେ ଜାହାନା ଘରୋଇ ହିଂସା ସମେତ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆଣିଥିଲେ । ଯାହାର ତଦନ୍ତ କରିବା ପରେ ବିସିସିଆଇ ପକ୍ଷରୁ ସାମିଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯିବା ପରେ ତାଙ୍କୁ ଆଇପିଏଲ୍‌ରେ ଖେଳିବାକୁ ଅନୁମତି ମିଳିଛି ।

ପଢନ୍ତୁ ;

ଆଲ୍‌ଜେରିଆ ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୦୦ ମୃତ ଆଶଙ୍କା

Related posts

ହକି ବିଶ୍ୱକପ: ବିଦାୟ ନେଲା ଭାରତ

ENO Beuro

ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

ENO Beuro

ଜାକର୍ତ୍ତା ଏସିଆଡ଼:ପ୍ରଥମ ଦିବସରେ ଭାରତକୁ ୨ ପଦକ,ବଜରଙ୍ଗଙ୍କୁ ସ୍ବର୍ଣ୍ଣ

ENO Beuro

3 comments

Leave a Comment