News

ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମୁହାଁମୁହିଁ

car

ହାତୀ ପାଇଁ ହାତାହାତି । ବନ ବିଭାଗ କର୍ମଚାରୀଙ୍କୁ ପିଟିଲେ ଗାଁଲୋକେ । ଯାହାକୁ କେନ୍ଦ୍ର କରି ହାତୀମୁଣ୍ଡା ଗ୍ରାମବାସୀ ଓ ବନକର୍ମଚାରୀ ହାତାହାତୀ ହୋଇଛନ୍ତି । ଲୋକଙ୍କ ଆକ୍ରମଣରେ ଫରେଷ୍ଟର ଉମାକାନ୍ତ ଜେନା ଓ ଏସିଏଫ୍ ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସମେତ ୬ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି ।

car

ବିଶୃଙ୍ଖଳିତ ଗ୍ରାମବାସୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବନ କର୍ମଚାରୀମାନେ ଦାବି କରିଛନ୍ତି । ଯଦି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ବନ କର୍ମଚାରୀମାନେ ଆଉ ରକ୍ଷଣାବେକ୍ଷଣରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ନୀଳଗିରି ଏସିଏଫ୍ ଲକ୍ଷ୍ମଣ କୁମାର ପ୍ରଧାନ କହିଛନ୍ତି,“ହାତୀମୁଣ୍ଡା ଗାଁ ଲୋକେ ପ୍ରଥମେ ଆମକୁ ସହଯୋଗ କରୁଥିଲେ। ହେଲେ ଗତକାଲି ରାତିରେ ଗାଁ ଲୋକେ ଏକତ୍ରିତ ହୋଇ ହାତୀକୁ କାହିଁକି ଏଠାରେ ଚରାଉଛ କହି ବନ କର୍ମଚାରୀଙ୍କୁ ଗାଲିଗୁଲଜ କରିଥିଲେ। ତା’ପରେ ଗାଁଲୋକେ ଲାଇଟ୍ ଜାଳି ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲେ। ତେବେ ବାରଣ କରାଯିବାରୁ ଗାଁର ସ୍ତ୍ରୀ ଓ ପୁରୁଷ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏନେଇ କୌଣସି ପଦକ୍ଷେପ ନିଆ ନଗଲେ, ଆଜିଠାରୁ ଆମର କୌଣସି ଷ୍ଟାଫ୍‌ ହାତୀ ଘଉଡ଼ାଇବାକୁ ଯିବେ ନାହଁ।”

ପଢନ୍ତୁ;  ୧୯ରେ ଶପଥ ନେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

Related posts

ଜେକେଏଲଏଫ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ENO Beuro

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କଲେ

ENO Beuro

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ରାହୁଲଙ୍କ ବିମାନ

ENO Beuro

Leave a Comment