News

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ଲାଗୁ ହେବା ପରେ ସାମ୍ବିଧାନିକ ଅଦାଲତମାନଙ୍କରେ ଥିବା ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ସରକାର ଭୁଲିଯାଇଛନ୍ତି କି ବୋଲି ମଙ୍ଗଳବାର ଦିନ ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଉଚ୍ଚତମ ନ୍ୟାୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସଫେଇ ଭତ୍ତା ମଞ୍ଜୁର କରାଯିବା ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ଜେ ଚେଲାମେଶ୍ୱର ଏବଂ ଏସ୍‌ ଅବ୍ଦୁଲ୍‌ ନାଜିର୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ପି ଏସ୍‌ ନରସିଂହମ୍‌ଙ୍କୁ ପଚାରି ଥିଲେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନିମନ୍ତେ ସପ୍ତମ ବେତନ କମିସନ୍‌ଙ୍କ ଅନୁମୋଦନ ସହ ସମତୁଲ କରାଯିବାକୁ ଥିବା ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନଙ୍କ ଦରମା କଥା କ’ଣ ହେଲା?

ନୈତିକତା ଆଧାରରେ ଗତ ମାର୍ଚ ମାସରେ କେନ୍ଦ୍ର ସରକାର ବିଚାରପତିମାନଙ୍କ ଦରମା ବୃଦ୍ଧି କଥା ଗ୍ରହଣ କରିଥିଲେ କିନ୍ତୁ, ପରବର୍ତ୍ତୀ କାର୍ଯ୍ୟ ଧାରା ପାଇଁ ତାହା ପଡ଼ି ରହିଛି। ସଂସଦ ଦ୍ୱାରା ସଂଶୋଧନ ଅନୁମୋଦନ କରାଯିବା ପରେ ହିଁ ଯାଇ ବିଚାରପତିମାନଙ୍କ ଦରମା ବୃଦ୍ଧି କରାଯାଇ ପାରିବ।

ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ଲାଗୁ ହେବା ପରେ, ଶୀର୍ଷ ପାହ୍ୟାର ଅମଲା, କ୍ୟାବିନେଟ୍‌ ସେକ୍ରେଟେରିାମାନେ ଭତ୍ତା ବ୍ୟତିରେକେ ଅଢ଼େଇ ଲକ୍ଷ ଟଙ୍କା ଦରମା ପାଉଛନ୍ତି।

ଏହା ତୁଳନାରେ କ୍ୟାବିନେଟ୍‌ ସେକ୍ରେଟାରିଙ୍କଠାରୁ ଊର୍ଦ୍ଧ୍ୱ ପାହ୍ୟାରେ ଥିବା ଭାରତର ମୁଖ୍ୟ ବିଚାରପତି ଅନ୍ୟାନ୍ୟ ଭତ୍ତାକୁ ବାଦ ଦେଇ ୧ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ସୁପ୍ରିମ୍‌ କୋର୍ଟର ବିଚାରପତିମାନେ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ମାସିକ ୯୦ ହଜାର ଟଙ୍କା ଦରମା ଏବଂ ଅନ୍ୟାନ୍ୟ ଭତ୍ତା ପାଉଛନ୍ତି। ଅନ୍ୟାନ୍ୟ ଭତ୍ତା ସହ ହାଇକୋର୍ଟର ବିଚାରପତିମାନେ ମାସିକ ୮୦ ହଜାର ଟଙ୍କା ଦରମା ପାଉଛନ୍ତି।

ଏହା ଟଙ୍କାପଇସା କଥା ନୁହେଁ ଆତ୍ମସମ୍ମାନର ପ୍ରଶ୍ନ ବୋଲି ସୁପ୍ରିମ୍‌ କୋର୍ଟ ଏବଂ ହାଇକୋର୍ଟର ବିଚାରପତିମାନେ ଗଣମାଧ୍ୟମକୁ କହିଛନ୍ତି। ଉଚ୍ଚରେ ଥାଇ ମଧ୍ୟ ବିଚାରପତିମାନେ ଅମଲାମାନଙ୍କଠାରୁ କମ୍‌ ଦରମା ପାଇବା ଲଜ୍ଜାଜନକ।

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ପଢନ୍ତୁ, ଓଡିଆ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ ଙ୍କ ପାଇଁ ବଡ ସୁଯୋଗ, ବଲିଉଡରେ ମିଳିଲା ବ୍ରେକ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ENO Beuro

ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

ହୁତ୍ ହୁତ୍ ହୋଇ ଜଳୁଛି ପାସେଞ୍ଜର୍‌ ଟ୍ରେନ୍‌,ମୃତାହତଙ୍କ ସୂଚନା ନାହିଁ

ENO Beuro

1 comment

Leave a Comment