POLITICALS

କର୍ଣ୍ଣାଟକରେ ସରିଲା ସ୍ୱାମୀ ସରକାର

Hd Kumarasswamy12 Eps011 750x430

ଶେଷରେ ପଡ଼ିଲା କର୍ଣ୍ଣାଟକ ନାଟକର ଯବନିକା। ସରିଲା ସ୍ୱାମୀ ସରକାର ।ମେଣ୍ଟ ସରକାର ପ୍ରାୟ ଏକ ସପ୍ତାହ ଯାଏ ଫ୍ଲୋର ଟେଷ୍ଟ ଟାଳିବାରେ ସମର୍ଥ ହୋଇଥିଲେ ମଧ୍ୟ ଆଜି ଏଥିରେ ଅନ୍ତ ଘଟିଛି।   ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଛନ୍ତି କୁମାରସ୍ୱାମୀ । ଛଅଟି ଭୋଟରେ ହାରିଲା ମେଣ୍ଟ ସରକାର । ମେଣ୍ଟ ସରକାର ସପକ୍ଷରେ ୯୯ଟି ଭୋଟ୍ ପଡିଥିବା ବେଳେ ବିରୋଧରେ ୧୦୫ଟି ବିଧାୟକ ପଡିଥିଲା । ଆସ୍ଥା ଭୋଟରେ  ଏଚ.ଡି.କୁମାରସ୍ୱାମୀଙ୍କ ସରକାର ପରାଜିତ ହୋଇଥିବା ଘୋଷଣା କରିଥିଲେ ବାଚସ୍ପତି କେ.ଆର.ରମେଶ କୁମାର ।  ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ନାଟକ ପରେ କର୍ଣ୍ଣାଟକା ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୧୦୩କୁ ଖସିଆସିଥିବାରୁ ବିଜେପି ଏକରକମ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବାବେଳେ ଏହାକୁ ରାଜ୍ୟପାଳ ଗ୍ରହଣ କରିଥିବା ସୂଚନା ମିଳିଛି।

କଂଗ୍ରେସ କହିଛିି, ବିଶ୍ୱାସ ମତ ହାରିବାର ମୁଖ୍ୟ କାରଣ ତାଙ୍କର ବିଧାୟକଙ୍କ ବିଶ୍ୱାସଘାତ। କର୍ଣ୍ଣାଟକ ବାସୀ ଏହାକୁ କେବେବି ସହ୍ୟ କରିବେ ନାହିଁ ବୋଲି ଦଳ କହିଛି। ୧୩ ଜଣ କଂଗ୍ରେସ ଓ ୩ ଜଣ ଜେଡିଏସ୍‌ ବିଧାୟକ ଇସ୍ତଫା ଦେଇଥିଲେ। ଏହାସହ ଦୁଇ ସ୍ୱାଧୀନ ବିଧାୟକ ମଧ୍ୟ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ସରକାର ସଂଖ୍ୟା ଲଘୁରେ ପରିଣତ ହୋଇଥିଲା। ସେପଟେ ସରକାର ଭାଙ୍ଗିବା ପରେ ବିଜେପି ଶିବିର  ଉତ୍ସାହିତ ହୋଇ ପଡିଛି । ପ୍ରତିକ୍ରିୟାରେ ବିଜେପି ନେତା ବି.ଏସ ୟେଦୁରପ୍ପା  କହିଛନ୍ତି ଗଣତନ୍ତ୍ରର ବିଜୟ ଘଟିଛି । କର୍ଣ୍ଣାଟକରେ ବିଜେପି ସରକାର ଗଢିବ । ଏନେଇ ରାଜ୍ୟପାଳଙ୍କୁ ଭେଟି ଦଳ ଦାବି ଜଣାଇବ ।

ପଢନ୍ତୁ: ବ୍ୟାନ୍‌ ଭୟରେ ୬୦ ଲକ୍ଷ ଭିଡିଓ ଡିଲିଟ୍‌ କଲା ଟିକ୍‌ ଟକ୍‌

 

Related posts

ସଚିବାଳୟରେ ନବୀନଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ

Ratnamani Moharana

ଆସ୍ଥା ଭୋଟ୍‌ ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

Ratnamani Moharana

ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନାହିଁ : ବିଜେଡି ପକ୍ଷରୁ ପ୍ରତିବାଦ

ENO Beuro

Leave a Comment