News

ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ଏବେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବନି : ଏଚଡ଼ିଏଫସି ବ୍ୟାଙ୍କ

ଏଚଡ଼ିଏଫସି ବ୍ୟାଙ୍କ ଏକ ବଡ଼ ଘୋଷଣା କରିଛି । ଗ୍ରାହକଙ୍କ ସୁବିଧା ପାଇଁ , ବ୍ୟାଙ୍କ୍ ଅନଲାଇନ୍ ଜରିଆରେ ହେଉଥିବା ଆରଟଇଜିଏସ୍, ଏନଇଏଫଟି ନେଣଦେଣକୁ ମାଗଣା କରିଦେଇଛି । ଅନ୍ୟପଟେ ଆଗାମୀ ମାସରେ ଚେକ୍ ଜରିଆରେ ନେଣ ଦେଣ ଉପରେ ବିଭିନ୍ନ ଶୁଳ୍କକୁ ବଢ଼ାଇବା ପାଇଁ ମଧ୍ୟ ବ୍ୟାଙ୍କ୍ ଘୋଷଣା କରିଛି ।

ସୂଚନା ମୁତାବକ , ପୂର୍ବରୁ ବ୍ୟାଙ୍କ ୨-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରଟିଜିଏସ୍ ଉପରେ ୨୫ ଟଙ୍କା ଶୁଳ୍କ ଆଦାୟ କରୁଥିଲା । ଏନଇଏଫଟି ଜରିଆରେ ୫ ଲକ୍ଷ ଠାରୁ ଅଧିକ ଟଙ୍କା ପଠାଇବା ଉପରେ ୫୦ ଟଙ୍କା ଦେବାକୁ ପଡ଼ୁଥିଲା । ମାତ୍ର ଏବେ ବ୍ୟାଙ୍କ୍ ଶାଖା ଜରିଆରେ ଏନଇଏଫଟି ଓ ଆରଟିଜିଏସ୍ ନେଣ ଦେଣ ଉପରେ ଶୁଳ୍କ ଲାଗୁ ହେବ । ଏନଇଏଫଟି/ଆରଟିଜିଏସ୍ ଅନଲାଇନ୍ ଶୁଳ୍କରେ କରାଯାଇଥିବା ଏହି ପରିବର୍ତ୍ତନ ସମସ୍ତ ବେତନଭୋଗୀ ଓ ଗ୍ରାହକଙ୍କ ପାଇଁ ୧, ନଭେମ୍ବର ୨୦୧୭ରୁ ଲାଗୁ ହୋଇଯାଇଛି ।

ବ୍ୟାଙ୍କ୍ ସୂଚନା ଦେଇଛି, ଗ୍ରାହକଙ୍କୁ ଏକ ବର୍ଷରେ ୨୫ ପୃଷ୍ଠାର ଏକ ଚେକ୍ ବୁକ୍ ନିଶୁଳ୍କ ମିଳିବ । ୨୫ ପୃଷ୍ଠାର ଅତିରିକ୍ତ ଚେକବୁକ୍ ପାଇଁ ୭୫ ଟଙ୍କାର ଶୁଳ୍କ ଅପରିବର୍ତ୍ତିତ ରହିବ ।

ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ଏବେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବନି -ଏଚଡ଼ିଏଫସି ବ୍ୟାଙ୍କ  ଅନଲାଇନ୍ ଟ୍ରାନଜାକ୍ସନ୍ ପାଇଁ ଏବେ ଗ୍ରାହକଙ୍କୁ ଶୁଳ୍କ ଦେବାକୁ ପଡିବନି : ଏଚଡ଼ିଏଫସି ବ୍ୟାଙ୍କ

ପଢନ୍ତୁ, ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟ୍ରେ ଟଙ୍କା ଟ୍ରାନ୍ସଫର

Related posts

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ENO Beuro

ଓଡ଼ିଶାର କାଶ୍ମୀର, ଦାରିଙ୍ଗବାଡିକୁ ଛୁଇଁଲା ଚଳିତବର୍ଷର ପ୍ରଥମ ଶୀତ

ENO Beuro

୧୨ ଦିନିଆ ରିମାଣ୍ଡ ଆଜି ଶେଷ,ବାରିମୂଳ ଜେଲ ଗଲା ଟିଟୋ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More