News

ଛୋଟିଆ ଗାଁରୁ “ପରିବର୍ତ୍ତନ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ଏଚ୍‌ଡିଏଫ୍‌‌ସି ବ୍ୟାଙ୍କ

ଦେଶର ଭରସାଯୋଗ୍ୟ ଘରୋଇ ବ୍ୟାଙ୍କ, ଏଚ୍‌ଡିଏଫ୍‌‌ସି ବ୍ୟାଙ୍କ ପକ୍ଷରୁ “ପରିବର୍ତ୍ତନ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମେଘାଳୟର ରାଜଧାନୀ ସିଲଂଠାରୁ ପ୍ରାୟ ୮୫ କିଲୋମିଟର ଦୂର ପାହାଡ଼ ଉପରେ ଏକ ଛୋଟିଆ ଗାଁ ଅମ୍ପାଥୋରୁ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।

ପରିବର୍ତ୍ତନ ହେଉଛି ବ୍ୟାଙ୍କର ପ୍ରମୁଖ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ। ଏହା ଜରିଆରେ ବ୍ୟାଙ୍କ ପକ୍ଷରୁ ଗାଁଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳର ବ୍ୟବସ୍ଥା ସହ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଧନ୍ଦାମୂଳକ ତାଲିମ ମଧ୍ୟ ପ୍ରଦାନ କରାଯାଉଛି।

୨୦୧୯ ସୁଦ୍ଧା ୧୦୦୦ଟି ଗାଁରେ ପରିବର୍ତ୍ତନ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି । ୫୫୦ ଜନସଂଖ୍ୟା ବିଶିଷ୍ଟ ଅମ୍ପାଥୋ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୭୫୦ତମ ଗାଁ । ପୂର୍ବରୁ ଗାଁ ଲୋକଙ୍କୁ ପାଣି ଆଣିବା ପାଇଁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଯାଉଥିଲେ କିନ୍ତୁ ଏବେ ବ୍ୟାଙ୍କ ସହାୟତାରେ ଗାଁରେ ଛଅଟି ପାଣି ଟାଙ୍କି ଓ ଘରେ ଘରେ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଛି।

ଲୋକମାନଙ୍କୁ ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ବ୍ୟାଙ୍କ ପକ୍ଷରୁ କୁକୁଡ଼ା ଓ ଘୁଷୁରି ପାଳନ, ମତ୍ସ୍ୟ ଚାଷ ଆଦି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ପଢନ୍ତୁ, ପୁଣି ବଢ଼ିଲା ପିଆଜ ଦର, ଓଡ଼ିଶାରେ ୬୦ ଟଙ୍କା ଥିଲାବେଳେ ନାସିକରେ ମାତ୍ର ୩୦ ଟଙ୍କା

Related posts

ଗାଡି ଚାଳକ ହୋଇଯାଆନ୍ତୁ ସାବଧାନ ! ଲାଗୁ ହେଲା ନୂଆ ନିୟମ,ଆସନ୍ତୁ ଜାଣିବା ଏହି ନିୟମ ସଂପର୍କରେ

Krishna Kumar Manoj

ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ !

Krishna Kumar Manoj

ସଂସଦରେ ଶୀତ ଅଧିବେଶନ ଶେଷ ,ଜାନୁୟାରୀ ୨୯ରୁ ଆରମ୍ଭ ବଜେଟ୍ ଅଧିବେଶନ୍

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More