Loading...

ଏଣିକି ରାସ୍ତା ତିଆରିର ୫ ବର୍ଷ ପର୍ଯ୍ୟନ୍ତ ରାସ୍ତା ଦାୟିତ୍ବ ନେବେ ଠିକାଦାର

ଏଣିକି ରାସ୍ତା ତିଆରିର ୫ ବର୍ଷ ପର୍ଯ୍ୟନ୍ତ ରାସ୍ତା ଦାୟିତ୍ବ ନେବେ ଠିକାଦାର

ବିଏମ୍‌ସି ଅଞ୍ଚଳରେ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ସବୁ ରହିଛି। ସେହି ସବୁ ରାସ୍ତା ନିର୍ମାଣ ଓ ମରାମତିକୁ ନେଇ ସବୁଠାରୁ ଅଧିକ ଅଭିଯୋଗ ରହିଛି।

ବିଏମ୍‌ସି ଅଞ୍ଚଳରେ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ସବୁ ରହିଛି। ସେହି ସବୁ ରାସ୍ତା ନିର୍ମାଣ ଓ ମରାମତିକୁ ନେଇ ସବୁଠାରୁ ଅଧିକ ଅଭିଯୋଗ ରହିଛି। କାମ ନିମ୍ନମାନର ହେବା ସହ ଦୀର୍ଘ ଦିନ ଧରି ମରାମତି ହେଉ ନାହିଁ। ମୁଖ୍ୟ ରାସ୍ତାରେ ମଧ୍ୟ ଅନେକ ସମୟରେ ଏଭଳି ଖାଲଖମା ଦେଖାଯାଉଛି। ଏନେଇ ଏଣିକି ରାସ୍ତା ତିଆରିର ୫ ବର୍ଷ ପର୍ଯ୍ୟନ୍ତ ରାସ୍ତା ଦାୟିତ୍ବ ନେବେ ଠିକାଦାର ଏପରି କିଛି ନିୟମକରିଛି ବିଏମସି।

 

 

ସୂଚନାନୁସାରେ, ରାସ୍ତା ତିଆରି କରିବାର କିଛି ଦିନ ମଧ୍ୟରେ ଖଳଖମା ହେଇଯାଉଥିବାରୁ ଲୋକମାନେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାର ନଜିର ରହିଇଛି। ତେଣୁ ରାସ୍ତା ତିଆରିର ୫ ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାର ଏହାର ଯତ୍ନ ନେବ। ଠିକାଦାର ନ କଲେ ବିଏମ୍‌ସି ମରାମତି କରିବ ଏବଂ ସମ୍ପୃକ୍ତ ଠିକାଦାର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଠିକାଦାର କଳା ତାଲିକାଭୁକ୍ତ ହେବ। ଟ୍ରାଫିକ୍‌ ସମସ୍ୟା ସହ ଦୁର୍ଘଟଣାକୁ ଆଖି ଆଗରେ ରଖି ବିଏମ୍‌ସି ଏଭଳି କଠୋର ପଦକ୍ଷେପ ନେବାକୁ ଘୋଷଣା କରିଛି।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.