Loading...

ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ନୂଆ ମୋଡ, ଇସ୍ତଫା ଦେଲେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ

ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ନୂଆ ମୋଡ, ଇସ୍ତଫା ଦେଲେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ

ଇସ୍ତଫା ପରେ ବି ଠାକୁରଙ୍କ ସେବକ ଭାବେ ନୀତିକାନ୍ତି କରିବୁ, କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ।

ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଘଟଣା ଆଜି ନୂଆମୋଡ଼ ନେଇଛି। ତେବେ ଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣକୁ ନେଇ ଆରମ୍ଭ ହୋଇଥିବା ବିବାଦର ସ୍ଥିତି ଯେଉଁଠି ସେଇଠି ରହିଥିଲେ ହେଁ ଆଜି ମଧ୍ୟାହ୍ନରୁ ପ୍ରଭୁଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି। ଅନ୍ୟପଟେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ପୂଜାପଣ୍ଡା ଓ ବ୍ରହ୍ମଣ ନିଯୋଗ ଇସ୍ତଫା ଦେଇଛନ୍ତି। ସେମାନେ ଦେବୋତ୍ତର କମିସନରଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଠାକୁରଙ୍କ ସେବକ ଭାବେ ନୀତିକାନ୍ତି କରିବୁ, କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ଦୁଇ ନିଯୋଗ ସ୍ପଷ୍ଟ କରିଛନ୍ତି। 

ସୂଚନାନୁସାରେ, ଗୋଟିଏ ପଟେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ମଧ୍ୟାହ୍ନ ୧୨ଟା ୩୦ରେ ଠାକୁରଙ୍କ ନୀତି ଆରମ୍ଭ କରିଥିଲେ। ଶ୍ରୀଲିଙ୍ଗରାଜଙ୍କୁ ମାଘସ୍ନାନ କରାଯିବା ପରେ ବିଧି ମୁତାବକ ନୀତିକାନ୍ତି କରାଯାଇଥିଲା। ଅନ୍ୟପଟେ ପୂଜାପଣ୍ଡା ନିଯୋଗର ପ୍ରତିନିଧି ପ୍ରସନ୍ନ କୁମାର ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗର ପ୍ରତିନିଧି ହେମନ୍ତ କୁମାର ପଣ୍ଡା ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.