News

ଆପତ୍ତିଜନକ ବିଷୟ ବସ୍ତୁ ପ୍ରସାରଣ କରି ଜେଲରେ ଟିଭି ଚ୍ୟାନେଲ ମୁଖ୍ୟ ଓ ସମ୍ପାଦକ

Aa

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ  ବିରୁଦ୍ଧରେ ଆପତ୍ତିଜନକ ବିଷୟ ବସ୍ତୁ ପ୍ରସାରଣ ଅଭିଯୋଗରେ ସ୍ଥାନୀୟ ଅଦାଲତ ଶନିବାର (୮ ଜୁନ) ଗିରଫ ହୋଇଥିବା ଏକ ଟିଭି ଚ୍ୟାନେଲ ମୁଖ୍ୟ ଏବଂ ସମ୍ପାଦକଙ୍କୁ ରବିବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ଛିଡ଼ାହୋଇ ଜଣେ ମହିଳା ଯୋଗୀ ଆଦିତ୍ୟନାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା ନେଇ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସାମ୍ବାଦିକ ପ୍ରଶାନ୍ତ କନୋଜିଆ ଟ୍ବିଟର ଏବଂ ଫେସବୁକରେ ଏକ ଭିଡିଓ ଶେୟାର କରିଥିଲେ।

ଅଧିକାରୀ ଜଣକ କହିଛନ୍ତି ଜେ ଜୁନ ୬ରେ ନେଶନ ଲାଇଭ ଟିଭି ଚ୍ୟାନେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୁଦ୍ଧରେ ଜଣେ ମହିଳାଙ୍କ ଦ୍ୱାରା ହୋଇଥିବା ଅପମାନଜନକ ଅଭିଯୋଗ ଉପରେ ଆଲୋଚନା କରାଯାଇଥିଲା। କୌଣସି ପ୍ରମାଣ ନ ଥାଇ ଓ ତଥ୍ୟର ସତ୍ୟତା ନ ଜାଣି ଏଭଳି କାର୍ଯ୍ୟକ୍ରମ ପ୍ରସାରଣ ବିରୁଦ୍ଧରେ ଏକ ରାଜନୈତିକ ଦଳର କର୍ମକର୍ତ୍ତା ଅଭିଯୋଗ କରିଥିଲେ। ସେହି ଚ୍ୟାନେଲ ପାଖରେ ପ୍ରସାରଣ ପାଇଁ ଆବଶ୍ୟକ ମଞ୍ଜୁରୀ ନ ଥିବା ମଧ୍ୟ ସମ୍ପୃକ୍ତ ପୁଲିସ ଅଧିକାରୀ କହିଛନ୍ତି।
ପଢନ୍ତୁ: ଶ୍ରୀଲଙ୍କାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ସରିଲା ରତ୍ନଭଣ୍ଡାର ଯାଞ୍ଚ କିନ୍ତୁ ଫିଟି ପାରିଲାନି ସଠିକ ରହସ୍ୟ

ENO Beuro

ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

ENO Beuro

ଦେଶର ପ୍ରଥମ ଆୟୁର୍ବେଦ ପ୍ରତିଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କଲେ

ENO Beuro

Leave a Comment