LIFESTYLE

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ “କାକୁଡି”

କାକୁଡି ବିନା ସବୁ ସାଲାଡ ଅଧୁରା ରହିଥାଏ। ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏହା ଗରମଦିନେ ଶରୀରକୁ ଆବଶ୍ୟକ ପ୍ରଚୁର ପରିମାଣରେ ଜଳ ଦେଇଥାଏ। ତେଣୁ ଗ୍ରୀଷ୍ମରେ ଶରୀରକୁ ସୁସ୍ଥ ରଖିବା ପାଇଁ ଟିକେ ଅଧିକ ଯତ୍ନବାନ ହେବା ଜରୁରୀ।କେବଳ ଶରୀର ନୁହେଁ ଏହା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ ଫଳପ୍ରଦ। ଏହି କାକୁଡିର ରସକୁ ମୁହଁରେ ଲଗେଇବା ଦ୍ଵାରା ତ୍ଵଚାରେ ଉଜ୍ଜଳତା ଆସିଥାଏ। ଏହାର ଆହୁରି ଅନେକ ଉପକାରିତା ରହିଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • କାକୁଡି ଏକ ଫାଇବର ଯୁକ୍ତ ଖାଦ୍ୟ ହୋଇଥିବାରୁ ଏହା ପେଟ ସମସ୍ୟାର ସମାଧାନ କରିଥାଏ। ଏହାସହ ଏଥିରେ କ୍ୟାଲୋରୀ ପରିମାଣ ଅପେକ୍ଷାକୃତ କମ୍‌ ଥିବାରୁ ଏହା ଶରୀର ପାଇଁ ଲାଭଦାୟକ। ଏହାର ସେବନରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ।
  • କାକୁଡିରେ ଭିଟାମିନ-ଏ, ବି୧, ବି୬, ଡି, ପୋଟାସିୟମ୍‌, ଫସ୍‌ଫରସ୍‌, ଆଇରନ୍‌ ଆଦି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀର ପାଇଁ ଲାଭଦାୟକ। ଏହା ନିୟମିତ ସେବନ କଲେ ମଧୁମେହରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିଥାଏ।ଏହାକୁ ଖାଇବା ଦ୍ଵାରା ଉଚ୍ଛରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।
  • ଏହାକୁ ପେଷ୍ଟ କରି ମୁହଁରେ ଲଗାଇବା ଦ୍ଵାରା ତ୍ଵଚାରେ ଉଜ୍ଜଳତା ଆସିଥାଏ ଏବଂ ଆଖିର କଳାଦାଗକୁ ମଧ୍ୟ ଦୂର କରିଥାଏ।

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ “କାକୁଡି” cucumber

ପଢନ୍ତୁ;

ବିଶ୍ଵର ସବୁଠାରୁ ସୁଖୀ ରାଷ୍ଟ୍ର ତାଲିକା: ଭାରତୀୟଙ୍କ ଠାରୁ ପାକିସ୍ତାନୀ ବେଶି ସୁଖୀ

Related posts

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ମନେ ରଖନ୍ତୁ ଏହିସବୁ କଥା

ENO Beuro

ଆପଣ ବି ଏହି ରାଶି ଅନ୍ତର୍ଭୁକ୍ତ ଅଟନ୍ତି କି ?ହୋଇପାରନ୍ତି ପ୍ରେମରେ ବିଫଳ

ENO Beuro

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More