LIFESTYLE

ରକ୍ତକୁ ନିର୍ମଳ ରଖିବାରେ ସାହାଯ୍ୟ କରିଥାଏ “ଗାଜର” ଆସନ୍ତୁ ଜାଣିବା ଏହା ପୁରୁଷଙ୍କ ପାଇଁ କେତେ ଉପକାରୀ?

ଗାଜର ଖାଇବା ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ। ଯଦି ଆପଣ ପ୍ରତିଦିନ ଗାଜର ଖାଇବେ ଏହା ଆପଣଙ୍କୁ ଡକ୍ଟର ପାଖରୁ ମଧ୍ୟ ଦୂରରେ ରଖିବ। ବଜାରରେ ମିଳୁଥିବା ବିଭିନ୍ନ ପନିପରିବା ତୁଳନାରେ ଗାଜର ମୁଖ୍ୟତଃ ଉଭୟ ପୁରୁଷ ଓ ମହିଳାଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏଥିରେ ଥିବା ଭଟା-କାରୋଟେନ୍ କମ୍ପାଉଣ୍ଡ୍ କାରଣରୁ ଶରୀରକୁ ସୁସ୍ଥ ରଖିଥାଏ। ଏଥିସହ ବିଭିନ୍ନ ରୋଗବ୍ୟାଧିରୁ ଶରୀରକୁ ରକ୍ଷା ମଧ୍ୟ କରିଥାଏ।

ଆସନ୍ତୁ ଜାଣିବା ଗାଜର ଖାଇବା ଦ୍ଵାରା ଶରୀରକୁ କଣ ଫାଇଦା ମିଳିଥାଏ-

  • ହୃତ୍ ଘାତ ଭଳି ସମସ୍ୟାରୁ ରକ୍ଷା ଦେଇଥାଏ ଗାଜର। ତେବେ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ଗାଜରକୁ ସାମିଲ କରିବା ଦ୍ୱାରା ଏହା ହୃଦୟକୁ ସୁସ୍ଥ ରଖିବା ସହ ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।
  • ଉଚ୍ଛ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗାଜରର ମଧ୍ୟ ଏକ ମୁଖ୍ୟ ଭୂମିକା ରହିଛି। ନିୟମିତ ରୂପେ ଗାଜର ଓ ତାର ରସକୁ ସେବନ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ରକ୍ତ ସଂଚାଳନକୁ ନିୟନ୍ତ୍ରିତ କରିବା ସହ ରକ୍ତଚାପ ଭଳି ସମସ୍ୟାକୁ ଦୂର କରିଥାଏ।
  • ସାଧାରଣତଃ ପୁରୁଷଙ୍କଠାରେ ହଜମ ଜନିତ ସମସ୍ୟା ବହୁ ପରିମାଣରେ ଦେଖାଯାଇଥାଏ । ତେଣୁ ଗାଜର ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ରକ୍ଷା ପାଇହେବ । ତେବେ ଶରୀରରେ ପାଚନପ୍ରକ୍ରିୟା ସୁଚାରୁ ରୂପେ ଚଳାଇବା ପାଇଁ ହେଲେ ଦିନକୁ ଦୁଇ ଥର ଲେଖାଏଁ ଲାଲ ରଙ୍ଗର ଗାଜର ଖାଇବାକୁ ଚେଷ୍ଟା କରନ୍ତୁ । ଏହିଭଳି ନିୟମିତ ଭାବେ ଖାଇବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
  • ଗାଜରରେ ଥିବା ଭିଟାମିନ-ଏ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କଠାରେ ଦୂର ଦୃଷ୍ଟି ତଥା ମୋତିଆବିନ୍ଦୁ ଭଳି ସମସ୍ୟା ରହିଛି ଏହାକୁ କଂଚା କିମ୍ବା ଏହାର ରସକୁ ନିୟମିତ ରୂପେ ସେବନ କଲେ ଏହା ଶରୀର ପାଇଁ ଫଳପ୍ରଦ ହୋଇଥାଏ।

ପଢନ୍ତୁ;

ଆପଣଙ୍କ ପାଠ ମନେ ରହୁ ନାହିଁ କି ? ପାଠ ମନେ ରଖିବା ପାଇଁ ଏହି ଉପାୟ ଅବଲମ୍ବନ କରନ୍ତୁ

Related posts

ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ସକାଳେ ପିଅନ୍ତୁ ଗୋଟାଏ ଗ୍ଲାସ କାକୁଡ଼ି ଜୁସ୍‌,ମିଳିବ ଅନେକ ଫାଇଦା

ENO Beuro

ପିଆଜ ପୁରୁଷମାନଙ୍କ ପାଇଁ କେତେ ଉପଯୋଗୀ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More