LIFESTYLE

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

ଡାଲଚିନିକୁ ସାଧାରଣତଃ ମସଲା ଭାବରେ ବ୍ୟବହାର କରାଯାଇଥାଏ। ଡାଲଡିନ ବୃକ୍ଷ ବହୁତ ଛୋଟ କିନ୍ତୁ ଏହାର ଗୁଣ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଯାହା ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟାରୁ ମୁକ୍ତି ଦେବା ସହ ଆପଣଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବାରେ ସହାୟକ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଡାଲଚିନି ସ୍ୱାସ୍ଥ୍ୟ ଗତ ସମସ୍ୟାରୁ କିପରି ମୁକ୍ତି ଦେଇଥାଏ-

  • ଥଣ୍ଡା ଜ୍ୱର ହୋଇଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ଏଥିପାଇଁ ଏକ ଚାମଚ ମହୁ ସହ କିଛି ମାତ୍ରାରେ ଡାଲଚିନି ଗୁଣ୍ଡ ମିଶାଇ ସକାଳ ଓ ସଂନ୍ଧ୍ୟାରେ ସେବନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହାଛଡା ହାଲକା ଗରମ ପାଣିରେ ଏକ ଚାମଚ ଡାଲଚିନି ଗୁଣ୍ଡ ଓ ଗୋଟେ ଚୁଟକି ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ସବୁଦିନ ପାଇଁ ରକ୍ଷା ମିଳିଥାଏ।
  • ବଦହଜମ ଭଳି ସମସ୍ୟା ହେଉଥିଲେ ଡାଲଚିନିର ବ୍ୟବହାର କରିପାରିବେ । ଏହାଛଡା ଡାଲଚିନିର ବ୍ୟବହାର ବାନ୍ତି ତଥା ଗ୍ୟାସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ । ତେବେ ଗୋଟେ ଚାମଚ ମହୁ ସହିତ କିଛି ପରିମାଣରେ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଆରାମ ମିଳିଥାଏ।
  •  ମୋଟାପଣ ଦୂର କରିଥାଏ ଡାଲଚିନି । ତେବେ ଚାରେ ଏକ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
  • ସାଧାରଣତଃ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ସାମାନ୍ୟ ଗରମ ପାଣିରେ ଡାଲଚିନି ଗୁଣ୍ଡ ଓ ଟିକେ ମହୁକୁ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରି୍ବା ଦ୍ୱାରା ଫାଇଦା ମିଳିଥାଏ । ଗୋଟେ କପ ଉଷୁମୁ ପାଣିରେ ଗୋଟେ ଚାମଚ ମହୁ ଏବଂ ଅଧା ଚାମଚ ଡାଲଚିନି ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଏହି ସମସ୍ୟା ମଧ୍ୟ ଦୂର ହୋଇଥାଏ।
  • ତ୍ୱଚା କିମ୍ବା ଚର୍ମ ଜନିତ ସମସ୍ୟା ଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ । ତ୍ୱଚାରେ ଜଳା ପୋଡା ସମସ୍ୟା ଦେଖାଦେଲେ ଡାଲଚିନି ଗୁଣ୍ଡ ସହ ମହୁର ପରିମାଣ ସମାନ ମାତ୍ରାରେ ମିଶାଇ ତାର ପେଷ୍ଟ ପ୍ରସ୍ତୁତ କରି ଲଗାଇବା ଦ୍ୱାରା ଏଥିରୁ ଉପଶମ ମିଳିଥାଏ । ଡାଲଚିନି ଗୁଣ୍ଡରେ ସାମାନ୍ୟ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ ।

ପଢନ୍ତୁ;

ଜିଓ ଲଂଚ କଲା ଟେଲିକମ ଜଗତର ସବୁଠାରୁ ବଡ ଅଫର !

Related posts

ଗ୍ରୀନ ଟି ପିଇବା ଦ୍ଵାରା କି ଉପକାରିତା ମିଳେ ଆସନ୍ତୁ ଜାଣିବା

ENO Beuro

ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

ମୁହ୍ନରେ ବ୍ରଣ ସମସ୍ୟା ଦୂର କରିଥାଏ ଭୃଷଙ୍ଗ ପତ୍ରର ପେଷ୍ଟ ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More