LIFESTYLE

ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ “ଚିକେନ”

ଅଧିକାଂଶ ଲୋକ ଚିକେନ ଖାଇବାକୁ ଅଧିକ ଭଲ ପାଇଥାନ୍ତି । ଚିକେନ ଅନ୍ୟ ମାଂସ ଭଳି କେବଳ ଶସ୍ତା ନୁହେଁ ବରଂ ଏହା ଶରୀର ଏବଂ ତ୍ୱଚା ପାଇଁ ମଧ୍ୟ ଖୁବ ଲାଭକାରୀ । ଚିକେନରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ । କେବଳ ଏତିକି ନୁହେଁ ବରଂ ଚିକେନ ଏଭଳି ଏକ ଖାଦ୍ୟ ଯାହାକୁ ଏକାଧିକ କାମରେ ବ୍ୟବହାର କରା ଯାଇପାରିବ । କାରଣ ଓଜନ ବଢାଇବା ପାଇଁ ଖାଦ୍ୟରେ ଚିକେନକୁ ସାମିଲ କରା ଯାଇପାରିବ ଏବଂ ଓଜନ କମାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରା ଯାଇପାରିବ । କିନ୍ତୁ ତାହାର ବିଭିନ୍ନ ପ୍ରକିୟାକୁ ଅନୁସରଣ କରିବାକୁ ପଡ଼ିବ । ଜାଣନ୍ତୁ ଏହାର କିଛି ପ୍ରକିୟା;

ସମସ୍ତେ ଜାଣନ୍ତି ଚିକେନ ଖାଇବା ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ । ଏହା ସହିତ ଚିକେନ ଶରୀରରେ କୋଷ ବୃଦ୍ଧି ହେବାରେ ସାହାର୍ଯ୍ୟ କରିଥାଏ ଓ ମଜବୁତ ମଧ୍ୟ କରିଥାଏ । ଏଥିରେ କମ ଫ୍ୟାଟ ଥିବାରୁ ଏହାକୁ ଡାଏଟରେ ମଧ୍ୟ ସାମିଲ କରିହେବ । ତେଣୁ ଏକ ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ଚିକେନକୁ ସାମିଲ କରନ୍ତୁ ।

ଚିକେନ  ଖାଇବା ଦ୍ଵାରା ଆମ ଶରୀରର ଅନ୍ୟ ଅଙ୍ଗ କୁ ମଧ୍ୟ ଦୃଢ କରିଥାଏ । ବୃଦ୍ଧାବସ୍ଥାକୁ ଗତି କରୁଥିବା ଅଧିକାଂଶ ବ୍ୟକ୍ତି ଆର୍ଥରିସିସ ଏବଂ ହାଡ଼ ସମ୍ବନ୍ଧୀୟ ରୋଗରେ ପିଡ଼ିତ ହୋଇଥାନ୍ତି । କିନ୍ତୁ ପ୍ରତିଦିନ ଚିକେନ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ, ଏବଂ ଅନେକ ଅସୁବିଧାରୁ ମୁକ୍ତି ମିଳିଥାଏ ।

ଚିକେନ ଖାଇବା ଦ୍ୱାରା ହୋମୋସିଷ୍ଟିନ ସ୍ତରକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ବିଭିନ୍ନ ପ୍ରକାର କାର୍ଡିଓଭସ୍କୁଲାର ରୋଗରୁ ରକ୍ଷା କରିଥାଏ । ହୋମୋସିଷ୍ଟିନ ଏକ ଅମିନୋ ଏସିଡ,ଯାହା ଆବଶ୍ୟକତା ଠାରୁ ଅଧିକ ହେଲେ ହୃତପିଣ୍ଡ ଉପରେ ବିଶେଷ କୁପ୍ରଭାବ ପକାଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକେନ ଖାଇବା ଆବଶ୍ୟକ ।

ଚିକେନରେ ଟ୍ରାଇପ୍ତୋଫାନ ନାମକ ଅମିନୋ ଏସିଡ ରହିଛି । ଯାହାକୁ ଗ୍ରହଣ କରିବା ଦ୍ୱାରା ଦୁଃଖ କମ ହୋଇଥାଏ । ଚିକେନ ସୁପ ପିଇବା ଦ୍ୱାରା ଏହା ମସ୍ତିଷ୍କରୁ ଚିନ୍ତାକୁ ଦୂର କରିଥାଏ ଏବଂ ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିଥାଏ ।

ଚିକେନର ମୁଖ୍ୟ ଉପାଦାନ ହେଉଛି ସେଲେନିୟମ । ଏହା ଏକ ଉପକାରୀ ଖଣିଜ ଅଂଶ ଯାହା ଶରୀରରେ ମେଟାବୋଲିଜିମକୁ ବୃଦ୍ଧି କରିଥାଏ । ଏହା ଥାଇରଏଡ ଗ୍ରନ୍ଥି ସହିତ ଶରୀରର ପ୍ରତିରକ୍ଷା କ୍ଷମତାକୁ ବଢାଇଥାଏ । ଏହି ଉପାଦାନ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।  ଏଥିରେ ପ୍ରଚୁର ପରିମାଣରେ ଫସଫରସ ରହିଛି, ଯାହା ଦାନ୍ତ ଏବଂ ହାଡ଼କୁ ଶକ୍ତ କରିଥାଏ । ଏହା ସହିତ ଦାନ୍ତ ମାଢୀ ପାଇଁ ମଧ୍ୟ ଏହା ବେଶ ଉପଯୋଗୀ । ଫସଫରସ କିଡନୀ, ଲିଭର ଏବଂ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରକୁ ନିୟନ୍ତ୍ରଣ କରିବା ଏହାକୁ ସୁସ୍ଥ ରଖିଥାଏ ।

ଏହା ଏକ ପ୍ରକାର ଭିଟାମିନ ଯାହା ଶରୀରକୁ କର୍କଟ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଦୋଷପୂର୍ଣ୍ଣ ଡିଏନଏ ଏବଂ ବିଭିନ୍ନ କର୍କଟ ରୋଗକୁ ଗାର୍ଡ ଭାବରେ ଜଗିଥାଏ ।ଏହା ଆଖିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନରୁ ରେଟିନୋଲ,ଆଲଫା, ବେଟା-କ୍ୟାରୋଟିନ ଓ ଲାଇକୋପେନ ମିଳିଥାଏ । ଯାହା ସୁସ୍ଥ ଆଖି ପାଇଁ ନିହାତି ଦରକାର ।

ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି  କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ “ଚିକେନ” eating chiken

ପଢନ୍ତୁ ;

ମହିଳା ମାନେ କେଉଁ କାରଣରୁ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ ଏହାର କିଛି କାରଣ

Related posts

ସାମ୍ବର ଖାଇବା ଦ୍ଵାରା କଣ ଉପକାର ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଛତୁ ଖାଇବା ଦ୍ୱାରା ଶରୀରକୁ କି କି ଉପକାର ମିଳିଥାଏ ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ନଡିଆ ତେଲ ସ୍ୱାସ୍ଥ୍ୟ କାହିଁକି ଲାଭଦାୟାକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More