ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

ଆମ ନୀତିଦିନ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଫଳ ଖାଇଥାଉ । ସେଥିମଧ୍ୟରୁ ଅଙ୍ଗୁର ଏକ ପ୍ରଧାନ ଫଳ ଅଟେ । ସାଧାରଣ ଭାବେ ଦୁଇ ପ୍ରକାର ଅଙ୍ଗୁର ବଜାରରେ ମିଳିଥାଏ । ଅଙ୍ଗୁରକୁ ଶୁଖାଇ ଏକ ବିଶେଷ ପ୍ରକ୍ରିୟାରେ କିସମିସ ପ୍ରସ୍ତୁତ କରାଯାଇଥାଏ । ଅଙ୍ଗୁରରେ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲୋରୀ, ଫାଇବର ଓ ଭିଟାମିନ ସି ରହିଛି । ଏଥିପାଇଁ ଅଙ୍ଗୁରକୁ ସ୍ୱାସ୍ଥ୍ୟପ୍ରଦ ଫଳ ରୂପେ ନିଆଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଅଙ୍ଗୁରରେ ରହିଥିବା ଉପକାରିତା ସମ୍ପର୍କରେ ;

-ମଧୁମେହ ପୀଡିତଙ୍କ ପାଇଁ ମଧ୍ୟ ଅଙ୍ଗୁର ରାମବାଣ ସଦୃଶ କାମ କରିଥାଏ । ଏହା ବ୍ଲଡ ସୁଗାର ସ୍ତରକୁ କମ କରିଥାଏ । ଏହା ବ୍ୟତୀତ ଆଇରନ ଯୋଗାଏ ।

– ଅଧାକପାଳି (ମାଇଗ୍ରେନ) ଲାଗି ଅଙ୍ଗୁର ରସ ସେବନ ଫଳପ୍ରଦ । ଅଙ୍ଗୁର ରସ ନିୟମିତ ସେବନ କରିବାରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

– ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ ବ୍ରେଷ୍ଟ କ୍ୟାନସର ରୋକିବାରେ ଅଙ୍ଗୁର ସଫଳ ହେଉଛି । ଏହା ବ୍ୟତୀତ ହୃଦରୋଗ ପାଇଁ ମଧ୍ୟ ଲାଭଦାୟକ ।

-ଅଙ୍ଗୁରରେ ଗ୍ଲୁକୋଜ, ମ୍ୟାଗ୍ନେସିୟମ ଓ ସାଇଟ୍ରିକ ଏସିଡ ଭଳି ବହୁ ପୋଷକ ତତ୍ତ୍ୱ ରହିଛି । ଏହା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏହାକୁ ଖାଇବା ଫଳରେ କ୍ୟାନସର ଓ ରକ୍ତରେ ସଂକ୍ରମଣ ହୁଏନାହିଁ ।

-ଭୋକ ନ ଲାଗିଲେ ଅଙ୍ଗୁର ରସ ସେବନ କରିପାରିବେ । ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ଭଲ ଭୋକ ବି ହୁଏ ।

– ରକ୍ତହୀନତା ଦୂର କରିବା ପାଇଁ ଏକ ଗ୍ଲାସ ଅଙ୍ଗୁର ଜୁସରେ ୨ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ରକ୍ତ ହୀନତା ଦୂର ହୋଇଯିବ । ଏହା ରକ୍ତରେ ହିମୋଗ୍ଲୋବିନ ସ୍ତର ମଦ୍ଦ ବୃଦ୍ଧି କରିବାରେ ସାହାଯ୍ୟ କରେ।

ପଢନ୍ତୁ ; ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୋୟ ପରେ ଗୃହଣୀ ମାନେ କଣ କଲେ ଶୁଭ ଫଳ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More