LIFESTYLE

ଆପଣ ଜାଣିଛନ୍ତି କି ? ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିଥାଏ କଞ୍ଚା କଦଳୀ ! ଜାଣନ୍ତୁ ଏହାର କିଛି ବିଶେଷ ଗୁଣ ବିଷୟରେ

ପାଚିଲାକଦଳୀ ଠାରୁ କଞ୍ଚାକଦଳୀ ଶରୀରପାଇଁ ଅଧିକ ଲାଭଦାୟକ ଅଟେ। ଆଜିକାଲି ଫଳ ଏବଂ ପରିବାରେ ଅଧିକ ମାତ୍ରାରେ ସାର ବ୍ୟବହାର ହେଉଛି । ଏଥିପାଇଁ ଲୋକମାନଙ୍କ ମନରେ ଭୟ ରହିଥାଏ ଯେ ,ଏହି କାରଣରୁ ବିଭିନ୍ୟ ରୋଗରେ ଶିକାର ହେବେ ବୋଲି। କେତେକ ଲୋକ ଅଛନ୍ତି ସେମାନେ ଭାବନ୍ତି ଯେ , କଦଳୀକୁ କେମିକାଲରେ ପକାଯାଏ ,ଏହା ଶରୀର ପାଇଁ ହାନିକାରକ ହୋଇଥାଏ ।  ଯଦି ଏମିତି ଭାବନା ଆପଣଙ୍କ ମନରେ ଆସୁଛି ତେବେ ଆପଣ କଞ୍ଚା କଦଳୀ ମଧ୍ୟ ଖାଇପାରିବେ । ଏହା ଶରୀର ପ୍ରତି ବେଶ ଲାଭଦାୟକ ଅଟେ। ଅନେକ ଲୋକ ଅଛନ୍ତି , ସେମାନେ ଭାବନ୍ତି କଞ୍ଚା କଦଳୀକୁ କେବଳ ତରକାରୀ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହାର କାରଣ ହେଲା ଲୋକଙ୍କୁ ସାଧାରଣତଃ ଏହାର ସୁଫଳ ବିଷୟରେ ବିଶେଷେ ଜଣା ନଥାଏ।

ତେବେ ଆସନ୍ତୁ ଜାଣିବା କଞ୍ଚା କଦଳୀର ଉପକାରୀ ଗୁଣ ସମ୍ପର୍କରେ-

  • ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
  • କଞ୍ଚା କଦଳୀରେ ଫାଇବର ଓ ସ୍ୱାସ୍ଥ୍ୟକର ଷ୍ଟାର୍ଚ ଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏଇ ସମସ୍ୟରୁ ରକ୍ଷା ପାଇପାରିବେ ।
  • ନିୟମିତ ଭାବେ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ ।
  • କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ ।
  •  ଏହା ବ୍ୟତୀତ କଞ୍ଚା କଦଳୀ ଅନେକ ପ୍ରକାର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା କଦଳୀରେ ମହଜୁଦ କ୍ୟାଲସିୟମ ହାଡକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ପଢନ୍ତୁ;

ମୋଟପଣକୁ ଦୂର କରିଥାଏ “କିସମିସ” ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

Related posts

ଆସନ୍ତୁ ଜାଣିବା ଲୁଣର ଉପକାରିତା ବିଷୟରେ

ENO Beuro

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍ ଜାଣନ୍ତୁ

ENO Beuro

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More