LIFESTYLE

ପୋଦିନାରେ ରହିଛି ଅନେକ ଚମତ୍କାରୀ ଗୁଣ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

mint plant

ପୋଦିନା ପତ୍ରରେ ଭାରି ରହିଛି ଔଷଧୀୟ ଗୁଣ । ଏହା ଖାଇବା ପାଇଁ ଯେତିକି ସ୍ଵାଦିଷ୍ଟ ଶରୀର ପାଇଁ ମଧ୍ୟ ସେତିକି ଉପକାରୀ । ଏହା ଏକ ଭଲ ମାଉଥ୍‌ଫ୍ରେସ୍‌ନର ମଧ୍ୟ । ଏହା ବିଭିନ୍ନ ରୋଗ ମଧ୍ୟ ଦୂର କରିଥାଏ । ଏଥିରେ ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଥାଏ । ତେବେ ଆସନ୍ତୁ ଜାଣିବା ପୋଦିନାର ଚମତ୍କାରୀ ଗୁଣ ବିଷୟରେ। ।

ଜାଣନ୍ତୁ ପୋଦିନାର ଚମତ୍କାରୀ ଗୁଣ :-

  • ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା’ ଶୀଘ୍ର ଶୁଖି ଯିବ। ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।
  • ଖରା ଦିନେ ଅଂଶୁଘାତ ହୁଏ। ଅଂଶୁଘାତ ଆକ୍ରାନ୍ତଙ୍କୁ ପୋଦିନା ରସ ପିଇବାକୁ ଦେଲେ ଭଲ। ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ।

mint plant

  • ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ।
  • ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ।
  • ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ । ପେଟ ବ୍ୟଥା ଦୂର ହୋଇଯିବ।
  • ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ ।
  • ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା। ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।

ପଢନ୍ତୁ ; ଆମିଷ ଖାଇବା ପରେ ବାସନରୁ ଦୁର୍ଗନ୍ଧ ଆସୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

 

Related posts

ଗ୍ରୀଷ୍ମଋତୁରେ ମେକଅପକୁ ନେଇ ଚିନ୍ତିତ କି ?ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇଲେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ ? 

ENO Beuro

ଶରୀରରେ ଓଜନ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment