LIFESTYLE

ଆସନ୍ତୁ ଜାଣିବା ,ସୋରିଷ ତେଲର ଉପକାରୀ ଗୁଣ

ସୋରିଷ ତେଲ ଅନେକ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ ।ସୋରିଷ ତେଲ ବହୁତ ଉପକାରୀ ଅଟେ । ଖାଇବାରେ ସ୍ୱାଦ ବଢାଇବା ପାଇଁ ଏହାକୁ ସାଧାରଣତଃ ବ୍ୟବହାର କରାଯାଏ । ସ୍ୱାଦ ବଢାଇବା ସହ ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ।

ଆସନ୍ତୁ ଜାଣିବା ଏହା କିପରି କାର୍ଯ୍ୟ କରିଥାଏ ,

 -ପେଟରେ ଥିବା କୃମି କାରଣରୁ ଯଦି ଭୋକ ଲାଗୁନଥାଏ ତେବେ ଖାଇବାରେ ସୋରିଷ ତେଲର ବ୍ୟବହାର କରନ୍ତୁ । ଏହା ପେଟରେ ଏପିଟାଇଜର ପରି କାମ କରିବା ସହିତ ଭୋକକୁ ବଢାଇଥାଏ । ଯଦି ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ସୋରିଷ ତେଲକୁ ରୋଷେଇରେ ବ୍ୟବହାର କରନ୍ତୁ । ଏଥିରେ ଥିବା ଥାୟାମାଇନ, ଫୋଲେଟ ଓ ନିଆସିନ ପରି ଭିଟାମିନ୍ ଶରୀରରେ ମେଟାବେଲିଜିମକୁ ବଢାଇବାରେ ସାହାଯ୍ୟ କରିଥାଏ ।

-ମୁଣ୍ଡ ଧୋଇବା ପୂର୍ବରୁ ମୁଣ୍ଡରେ ଭଲ ଭାବେ ସୋରିଷ ତେଲ ମାଲିସ କରନ୍ତୁ । ଏହା ଫଳରେ ବ୍ଲଡ୍ ସର୍କୁଲେସନ ବଢିଥାଏ । ଏହାସହ ସୋରିଷ ତେଲ କେଶ କଳା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

-ଦାନ୍ତ ଦରଜ କିମ୍ବା ପାଇରିଆ ହୋଇଥିଲେ ସୋରିଷ ତେଲ ସହିତ ଲୁଣ ମିଶାଇ ଆଙ୍ଗୁଠି ସାହାଯ୍ୟରେ ଦାନ୍ତରେ ମାଲିସ କରନ୍ତୁ । ଏହା କରିବା ଦ୍ୱାରା ଦାନ୍ତ ମଜବୁତ ହେବା ସହିତ ପାଇରିଆ ସଂପୂର୍ଣ୍ଣ ଭଲ ହୋଇଥାଏ । ଗଣ୍ଠି ଏବଂ କାନ ଯନ୍ତ୍ରଣା ହେଉଥିଲେ ସୋରିଷ ତେଲର ବ୍ୟବହାର କରନ୍ତୁ । ଏହା କରିବା ଦ୍ୱାରା ଗଣ୍ଠି ଏବଂ କାନ ସମସ୍ୟା କିଛି ମାତ୍ରାରେ କମ୍ ହୋଇଯିବ ।

-ସୋରିଷ ତେଲରେ ଥିବା ଆଂଟି-ଅକ୍ସିଡେଂଟ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭାଟାମିନ -ଏ ଏବଂ ସି ତ୍ୱଚାରେ ବୟସର ଛାପ ପଡିବାକୁ ଦେଇନଥାଏ । ଏହାସହ ସୋରିଷ ତେଲ ଥିବା ଗ୍ଲୁକୋଡିଲୋଲେଟ ଶରୀରରେ କ୍ୟାନସର ଓ ଟ୍ୟୁମର ସୃଷ୍ଟି ହେବାକୁ ଦେଇନଥାଏ ।

ପଢନ୍ତୁ ;

ଆପଣ ଜାଣିଛନ୍ତି କି ଲାଲ ଲଙ୍କା ଶରୀର ପାଇଁ ଅନେକ ଉପକାରୀ,ଯଦି ଜାଣିନାହାନ୍ତି ,ତାହାଲେ ଆସନ୍ତୁ ଜାଣିବା

Related posts

ଶୁଷ୍କ ତ୍ୱଚାକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଜାଣିରଖନ୍ତୁ କିଛି ଘରୋଇ ଉପଚାର

ENO Beuro

ଦେହରେ ଲେମ୍ବୁ ରସ ଲଗାଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଆସନ୍ତୁ ଜାଣିବା

ENO Beuro

କଳା ଦାଗ ପାଇଁ ଚିନ୍ତିତ କି? ତେବେ ଏହାକୁ ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

Leave a Comment