VASTU

ପ୍ରତିଦିନ ସକାଳୁ ‘ଓମ୍’ ଉଚ୍ଚାରଣ କଲେ କଣ ଲାଭ ମିଳିଥାଏ? ଜାଣନ୍ତୁ

ଓମ୍’ ହେଉଛି ଅ , ଉ ଏବଂ ମ ଅକ୍ଷରର ସଂଯୋଗରେ ସୃଷ୍ଟି । ଏହା ବେଦରୁ ଆନୀତ । ଏହା ପଂରବ୍ରହ୍ମଙ୍କର ପ୍ରତୀକ। ଓମ୍’ର ଉଚ୍ଚାରଣ ସମଗ୍ର ବିଶ୍ୱର ପ୍ରାଥମିକ ଶଦ୍ଦ, ଯେଉଁଥିରେ ସମସ୍ତ ଶଦ୍ଦ ରହିଛି। ଆଜୀବନ ସୁସ୍ଥ ରହିବା ଲାଗି ‘ଓମ୍’ର ଉଚ୍ଚାରଣ ହେଉଛି ଏକ ମାଧ୍ୟମ। ଯଦି ଆପଣଙ୍କ ଭିତରେ କୌଣସି କଥାକୁ ନେଇ ଉତ୍କଣ୍ଠା, ବ୍ୟସ୍ତତା ବା କ୍ରୋଧ ଥାଏ, ତେବେ ‘ଓମ୍’ର ଉଚ୍ଚାରଣରେ ତାହାର ଉପଶମ ହୋଇଥାଏ।

ଆସନ୍ତୁ ଜାଣିବା ଓମ୍’ ଉଚ୍ଚାରଣ କଲେ କଣ ଲାଭ ମିଳିଥାଏ-

ଓମ୍ ଉଚ୍ଚାରଣ ଦ୍ଵାରା ଶରୀରର ବିଷାକ୍ତ ପଦାର୍ଥ ବାହାରିବା ସହ ପାଚନ ଶକ୍ତି ବୃଦ୍ଧି କରିଥାଏ। ନିଦ ଠିକ୍ ଭାବରେ ହେଉନଥିଲେ ଶୋଇବା ପୂର୍ବରୁ ବେଡ ଉପରେ ଓମ୍ ଉଚ୍ଚାରଣ କରନ୍ତୁ। ଦେଖିବେ ସୁନିଦ୍ରା ହେବା ସହ ଶରୀର ସୁସ୍ଥ ହୋଇଥାଏ ।

omm

ଓମ୍ ଉଚ୍ଚାରଣ ଦ୍ଵାରା ଥାଇରଏଡ ରୋଗୀର ଗଳାରେ କମ୍ପନ ସୃଷ୍ଟି ହୁଏ ଯାହାର ସକରାତ୍ମକ ପ୍ରଭାବ ଗଳା ଉପରେ ପଡ଼ିଥାଏ। ଆଖିବନ୍ଦ କରି ୫ ଥର ଓମ୍ ଉଚ୍ଚାରଣ କରିବା ଦ୍ଵାରା ଶରୀରର ଥକ୍କାପଣ ଦୂର ହୋଇଥାଏ। ଓମ୍ ଉଚ୍ଚାରଣ ଦ୍ଵାରା ଶରୀରରେ ରକ୍ତପ୍ରବାହ ଠିକ୍ ଭାବେ ହୋଇଥାଏ।

ପଢନ୍ତୁ; ଦିନିକିଆ ମାନ୍ୟତା:ଶୀର୍ଷ ମାନ୍ୟତା ସହ ରେଟିଂ ପଏଣ୍ଟରେ ରେକର୍ଡ କଲେ କୋହଲି

Related posts

ହାତରେ ସୂତ୍ର ବାନ୍ଧିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ

ENO Beuro

ବିବାହ ସମୟରେ ବର-କନିଆଙ୍କୁ କାହିଁକି ହଳଦୀ ଲଗାଯାଇଥାଏ? ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ଦିଗ ଅନୁଯାଇ ଶୋଇବାର ସଠିକ ଶୈଳୀ କିପରି ହେବା ଉଚିତ

Ratnamani Moharana

1 comment

Leave a Comment