LIFESTYLE

ଲାଲ ମକା କେବେ ଖାଇଛନ୍ତି କି? ଏହା ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାରେ ସାହାଯ୍ୟ କରିଥାଏ! ଜାଣିରଖନ୍ତୁ ଏହାର ଉପକାରିତା ସମ୍ପର୍କରେ

By Krishna Kumar Manoj

February 13, 2018

ଅନେକ  ଲୋକ ମକା ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ମକା ଉତ୍ପାଦନ ହେବାକୁ ଯାଉଛି ଯାହା ଆପଣଙ୍କୁ ଅଧିକ ବୟସ ପର୍ଯ୍ୟନ୍ତ ମଧ୍ୟ ଯବାନ ରଖିବ । ଏହାଛଡା ମୁଖ ଓ ସ୍ତନ କର୍କଟର ଏକ ପ୍ରତିଷେଧକ ଭାବେ ଉଭା ହୋଇଛି ଏହି ମକା । ମଧ୍ୟପ୍ରଦେଶର ମାଲବାର ଚାଷୀଙ୍କୁ ଏକ ନୂଆ କିସମର ମକା ବିହନ ଯୋଗାଇ ଦେବାକୁ ପ୍ରସ୍ତୁତି କରାଯାଉଛି । ଏହି ମକା ହଳଦିଆ ରଙ୍ଗର ନୁହେଁ , ଏହା ସମ୍ପୂର୍ଣ ଲାଲ ରଙ୍ଗର । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମକାରେ ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାର ପ୍ରତିଷେଧକ ରହିଛି ।ଏହି ମକାରେ ୧୦.୫ ପ୍ରତିଶତ ରହିଥାଏ ଯାହା ସାଧାରଣ ମକାର ପ୍ରୋଟିନ ଠାରୁ ୨୫ ଗୁଣ ଅଧିକ ।

ଜାଣନ୍ତୁ ଏହି ଲାଲ ରଙ୍ଗ ମକା ଖାଇବାଦ୍ଵାରା କଣ ଲାଭ ମିଳିଥାଏ-

ଏହି ମକାରେ ଏନ୍ଥୋକାୟାନିନ ଫାଇଟୋକେମିକାଲ ଆଣ୍ଟି ଏଜିଙ୍ଗ ନାମକ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ । ଯାହା ମଣିଷ ଶରୀରରେ ବୁଢାପଣ ଆସିବାକୁ ଦେଇନଥାଏ । ଏବେ ଏଭଳି ପ୍ରଜାତିର ବିହନ ପାଇଁ କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର କୃଷି ବିଜ୍ଞାନ କେନ୍ଦ୍ରରେ ଏହାକୁ ନେଇ ଅନୁସନ୍ଧାନ ଜରି ରହିଛି ।

କୃଷି ବିଜ୍ଞାନ କେନ୍ଦ୍ରରେ ଏହି ପ୍ରଜାତିର ମକା ବିହନ ପାଇଁ ଦୀର୍ଘ ୫ ବର୍ଷ ଧରି ପରୀକ୍ଷା ନିରୀକ୍ଷା କରାଯାଉଛି ।ମିଠା ମକା ଭଳି ଏହି ପ୍ରଜାତିର ମକାର ଦାନା ମଧ୍ୟ ମିଠା । କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ମକାରେ କେତେ ମାତ୍ରାରେ ପ୍ରୋଟିନ ମହଜୁଦ ଅଛି ତାହା ଜଣାପଡିଛି । ଏହାଛଡା ଭିଟାମିନ ଓ କେତେ ମାତ୍ରାରେ ଧାତବ ପଦାର୍ଥ ଏହି ମକାରେ ରହୁଛି ତାହାକୁ ନେଇ ଏବେ ପରୀକ୍ଷା କରାଯାଉଛି ।ସମ୍ପ୍ରୂ୍ଣ୍ଣ ପରୀକ୍ଷଣ ପରେ ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ।

ଏକ ଗବେଷଣାରୁ ଜଣାପଡିଛି ଯେ , ଏହି ମକାରେ ଥିବା ଏନ୍ଥୋକାୟାନିନ ଭଳି ପ୍ରୋଟିନ କ୍ୟାନସର ଓ ଅନ୍ୟ ରୋଗକୁ ପ୍ରତିରୋଧ କରିବାକୁ ସକ୍ଷମ । ଏହାଛଡା ଶରୀରକୁ ବୁଢାପଣରୁ ମଧ୍ୟ ଦୂରେଇ ରଖିଥାଏ ଏହି ମକା । ଏହାଛଡା ହାର୍ଟ ଓ ଲିଭର ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ ।

ପଢନ୍ତୁ;

ଓଡ଼ିଶାରେ ହୋଇପାରେ ଝଡ଼ବର୍ଷା