LIFESTYLE

ପ୍ରତିଦିନ ଟମାଟୋ ସୁପ୍‌ ପିଇବାଦ୍ଵାରା ମିଳିଥାଏ ଏହି ସବୁ ଉପକାର! ଜାଣନ୍ତୁ

tomato

ଭାରତୀୟ ଖାଦ୍ୟରେ ଟମାଟୋ ସୁପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି। ଭାରତୀୟ ବ୍ୟଞ୍ଜନ ଦେଶ ବିଦେଶରେ ସବୁଠି ପରିଚିତ। ଭାରତୀୟ ଖାଦ୍ୟକୁ ବିଦେଶୀମାନେ ବି ବେଶ୍ ପସନ୍ଦକରିଥାନ୍ତି। ତେବେ ଏହି ଭାରତୀୟ ବ୍ୟଞ୍ଜନରେ ସୁପ୍‌ର ଲୋକପ୍ରିୟତା ଗତ କିଛି ବର୍ଷ ହେଲା ବୃଦ୍ଧି ପାଇଛି। ଅନ୍ୟ ସୁପ୍ ତୁଳନାରେ ଟମାଟୋ ସୁପ୍‌କୁ ଲୋକେ ବେଶୀ ପସନ୍ଦ କରୁଥିବା ଦେଖାଯାଇଛି।

ତେବେ ଆସନ୍ତୁ ଜାଣିବା ଟମାଟୋ ସୁପ୍‌ର ଉପକାରିତା ସମ୍ପର୍କରେ-

ଟମାଟୋ ସୁପ୍‌ରେ ଥିବା ସେଲେନି୍ୟମ୍ ଯୋଗୁଁ ଶରୀରରେ ଭଲଭାବରେ ରକ୍ତ ସଞ୍ଚାଳନ ହୋଇଥାଏ।

ଏହା ବ୍ୟତୀତ ଟମାଟୋ ସୁପ୍ ଛୋଟ ପିଲାଙ୍କ ପାଇଁ ମଧ୍ୟ ବେଶ୍ ଉପକାରୀ। ବିଶେଷଜ୍ଞଙ୍କ ମତରେ ଛୋଟପିଲାଙ୍କ ପେଟରେ କୃମି ଥାଏ, ଏହା ଯନ୍ତ୍ରଣା କରିଥାଏ। ସେଥିରୁ ପିଲାଙ୍କୁ ରକ୍ଷା କରିବାକୁ ହେଲେ ପ୍ରତିଦିନ ଟମାଟୋ ସୁପ୍‌ରେ ଅଧ ଚାମଚ ଗୋଲ ମରିଚ ମିଶାଇ ପିଇବାକୁ ଦିଅନ୍ତୁ।

ଏକ ଗବେଷଣାରୁ ଜଣାପଡ଼ିଛି ପ୍ରତି ଦିନ ଟମାଟୋ ସୁପ୍ ପିଉଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ।

tomato

ଗର୍ଭବତୀ ମହିଳାଙ୍କ ପାଇଁ ଟମାଟୋ ସୁପ୍ ବେଶ୍ ହିତକାରୀ। ଏଥିରେ ଥିବା ଭିଟାମିନ ସି’ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ, ଉଭୟଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ।

ଟମାଟୋ ସୁପ୍‌ରେ ଏମିତି ସବୁ ପୋଷକ ତତ୍ତ୍ୱ ଭରି ରହିଛି, ଯାହା ପ୍ରୋଷ୍ଟେଟ୍‌ କ୍ୟାନସରର କୋଷିକାଗୁଡ଼ିକୁ ବଢ଼ିବାକୁ ଦେଇ ନଥା’ନ୍ତି। ସପ୍ତାହକୁ ଯୋଉଁମାନେ ୪ ରୁ ୫ ଥର ଟମାଟୋ ସୁପ୍‌ ପିଅନ୍ତି, ସୋମାନଙ୍କୁ କ୍ୟାନ୍‌ସର ହେବାର ଆଶଙ୍କା କମ୍‌ ଥାଏ।

ପଢନ୍ତୁ; ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରବେଶ,ମିଳିଲା ୟୁପି ମହାସଚ୍ଚିବ ଦାୟିତ୍ୱ

Related posts

ଏହି ସବୁ ଗୁଣ ଥିବା ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ

ENO Beuro

ଚର୍ମରୋଗ ଦୂର କରିଥାଏ “ହଳଦୀ”! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

ENO Beuro

ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ

ENO Beuro

Leave a Comment