LIFESTYLE

ତରଭୁଜ ମଂଜି ବହୁତ ରୋଗକୁ ନିୟନ୍ତ୍ରଣ କରିଥାଏ ; ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

ଆମେ ସମସ୍ତେ ଜାଣୁ ତରଭୁଜରେ ଜଳ ଭରପୁର ଥାଏ  । କିନ୍ତୁ ଏହା ମଧ୍ୟରେ ଥିବା ମଂଜିର ଫାଇଦା ବିଷୟରେ ଖୁବ କମ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ଏହାର କିଛି  ଫାଇଦା ବିଷୟରେ ;

  1. ତରଭୁଜ ମଂଜିରେ ଓମେଗା ଥ୍ରୀ ଏସିଡ ଭରପୁର ମାତ୍ରାରେ ରହିଥାଏ । ଯାହା ହୃଦୟ ସହିତ ଜଡ଼ିତ ସମସ୍ୟାରୁ ମୁକ୍ତି ଦେଇଥାଏ।
  2.  ତରଭୁଜ ମଂଜିରେ ଅଧିକ ମାତ୍ରାରେ ଭିଟାମିନ ଏ ଓ ସି ରହିଥାଏ । ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ଲାଭଦାୟକ ହୋଇଥାଏ ।
  3.  ଏହାର  ମଂଜିକୁ ମିଠା ତିଆରି କରିବାରେ ବ୍ୟବହାର କରାଯାଏ, ଯାହା ଦ୍ୱାରା ଏହାର ସ୍ୱାଦ ବଢିଥାଏ । କାରଣ ଏହା ଯେତିକି ସ୍ୱାଦିଷ୍ଟ ସେତିକି ହିତକାରୀ ମଧ୍ୟ।
  4. ଏହା ମଧ୍ୟରେ ଏଭଳି ଖଣିଜ ପଦାର୍ଥ ରହିଥାଏ ଯାହା ଆସିଡିଟି ଭଲ କରେ ଏବଂ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରିଥାଏ ।
  5. ଟାଇପ-ଟୁ ମଧୁମେହରେ ତରଭୁଜ ଲାଭଦାୟକ ହୋଇଥାଏ । ନିୟମିତ ଭାବରେ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ଏବଂ ମଧୁମେହ ହୋଇନଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରତିରୋଧକ ଭାବରେ କାର୍ଯ୍ୟ କରିଥାଏ ।
  6. ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ପ୍ରୋଟିନର ଅନୁପସ୍ଥିତି ପୂରଣ ହୋଇଥାଏ । କାରଣ ମାଂସପେଶୀ ନିର୍ମାଣରେ ପ୍ରୋଟିନର ଆବଶ୍ୟକତା ରହିଛି ।
  7.  ତରଭୁଜରେ ଖୁବ କମ ପରିମାଣର ସୋଡିୟମ ରହିଛି । ଏହା ଫ୍ୟାଟ ଏବଂ କୋଲେଷ୍ଟ୍ରଲ ଠାରୁ ମଧ୍ୟ ବହୁ ଦୂରରେ ।ଯାହା ଦ୍ୱାରା ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ ।

ତରଭୁଜ ମଂଜି ବହୁତ ରୋଗକୁ ନିୟନ୍ତ୍ରଣ କରିଥାଏ ; ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ watermelonn

ପଢନ୍ତୁ ;

ଜାନୁଆରି ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଜାଣନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା !

 

Related posts

ପ୍ରୋପୋଜ କରିବା ପୂର୍ବରୁ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଆସନ୍ତୁ ଜାଣିବା

Krishna Kumar Manoj

ଗୋରା ଓ ସୁନ୍ଦର ତ୍ଵଚା ପାଇଁ ବ୍ୟବହାର କରନ୍ତୁ ଆଳୁର ଫେସପ୍ୟାକ୍

Krishna Kumar Manoj

ପ୍ରତିଦିନ ଖଜୁରି ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ , ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More