• Home
  • LIFESTYLE
  • ଆପଣ ଜାଣିଛନ୍ତି କି ? ଅନାବନା ସ୍ଥାନରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷର ଚମତ୍କାରୀ ଔଷଧୀୟ ଗୁଣ
LIFESTYLE

ଆପଣ ଜାଣିଛନ୍ତି କି ? ଅନାବନା ସ୍ଥାନରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷର ଚମତ୍କାରୀ ଔଷଧୀୟ ଗୁଣ

ଦୁଦୁରା ଗଛର ନାମ ପ୍ରାୟ ଆମେ ସମସ୍ତେ ଶୁଣିଥିବା । ଭଗବାନ ଶିବଙ୍କର ଅତିପ୍ରିୟ ଏ ଗଛର ଫୁଲ । ମାତ୍ର ଏ ବୃକ୍ଷ ଆମେ କାହା ବଗିଚାରେ ଦେଖିବାକୁ ପାଉନା । ଅନାବନା ସ୍ଥାନରେ ଏ ବୃକ୍ଷ ଦେଖିବାକୁ ମିଳେ । ଦୁଦୁରା ଫୁଲ ଦେଖିବାକୁ ଖୁବ ସୁନ୍ଦର । ଦୁଦୁରା ଗଛ ମୁଖ୍ୟତଃ ଦୁଇ ପ୍ରକାରର । ଗଛକୁ ଦେଖି କିଛି ଜାଣିହୁଏନି, ମାତ୍ର ଫୁଲ ଦୁଇଟି ବର୍ଣ୍ଣର ଥାଏ । ଗୋଟିଏ ସଂପୂର୍ଣ୍ଣ ଧଳା ବର୍ଣ୍ଣର,ଅନ୍ୟଟି ଧଳାରେ ଈଷତ ବାଇଗଣୀ । ଦୁଦୁରା କେବଳ ଦେଖିବାକୁ ଖୁବ୍ ସୁନ୍ଦର ନୁହେଁ, ଏହାର ଚେର, ପତ୍ର ଓ ଫଳରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ତେବେ ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ବନ୍ଧରେ :-

  • ଗୋଡରେ ଆଘାତ ଲାଗିଥିଲେ ଦୁଦୁରା ପତ୍ରର ପେଷ୍ଟ୍‌ କରି ଲଗାଇବା ଦ୍ୱାରା ଭଲ ହୋଇଯାଏ।
  • ଅନେକ ସମୟରେ ଦେଖା ଦେଇଛି ବୟସ ପୂର୍ବରୁ ଲୋକମାନଙ୍କ ଚୁଟି ଝଡ଼ିବାକୁ ଲାଗିଥାଏ। ତେଣୁ ପ୍ରତିଦିନ ଦୁଦୁରା ରସ ମୁଣ୍ଡରେ ଲଗାଇବା ଦ୍ୱାରା ଖୁବଶୀଘ୍ର ନୂଆ ଚୁଟି ଉଠିଥାଏ।
  • ୨୫୦ ଗ୍ରାମ୍ ସୋରିଷ ତେଲ, ୬୦ ମିଲିଗ୍ରାମ ଗନ୍ଧକ ଓ ୫୦୦ ଗ୍ରାମ ଦୁଦୁରା ପତ୍ରର ରସ କମ୍ ଆଞ୍ଚରେ କିଛି ସମୟ ଫୁଟାନ୍ତୁ। ତା’ପରେ ଯେଉଁ ତେଲ ରହିବ ସେଥିରୁ ଦୁଇରୁ ତିନି ବୁନ୍ଦା କାନରେ ପକାଇବା ଦ୍ୱାରା କାନ ଯନ୍ତ୍ରଣାରୁ ଉପଶମ ମିଳେ।

ତେବେ ଦୁଦୁରାକୁ ଅଧିକ ବ୍ୟହାର କରିବା ଠିକ୍ ନୁହେଁ । କାରଣ ଏଥିରେ ବିଷାକ୍ତ କ୍ରିୟା ମଧ୍ୟ ରହିଛି। ଯାହା ଆପଣଙ୍କ ପାଇଁ କ୍ଷତିକାର ସାବ୍ୟସ୍ତ ହୋଇପାରେ। ଏହାକୁ ବ୍ୟବହାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନେବା ଉଚିତ ।

ଆପଣ ଜାଣିଛନ୍ତି କି ? ଅନାବନା ସ୍ଥାନରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷର ଚମତ୍କାରୀ ଔଷଧୀୟ ଗୁଣ  ଆପଣ ଜାଣିଛନ୍ତି କି ? ଅନାବନା ସ୍ଥାନରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷର ଚମତ୍କାରୀ ଔଷଧୀୟ ଗୁଣ

ପଢନ୍ତୁ, ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ

Related posts

ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ରହୁଥିବା ଦାଗକୁ ଦୂର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର!

Krishna Kumar Manoj

ତରଭୁଜ ମଂଜି ବହୁତ ରୋଗକୁ ନିୟନ୍ତ୍ରଣ କରିଥାଏ ; ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ

Krishna Kumar Manoj

ଆପଣଙ୍କ ଭାବି ଜୀବନସାଥୀଙ୍କ ନାମ ‘B’ ରୁ ଆରମ୍ଭ କି ? ଜାଣନ୍ତୁ ତାଙ୍କ ସ୍ଵଭାବ କେମିତି କିପରି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More