Featured

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ

ତମ୍ୱା ପାତ୍ରରେ ରହିଥିବା ଜଳକୁ ତାମ୍ରଜଳ’ ବୋଲି କୁହାଯାଇଥାଏ । ତମ୍ୱା ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ ହିତକର । ଏହି ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

ଏହାକୁ ପିଇବା ଦ୍ୱାରା ଶରୀରର ଅନେକ ରୋଗ ବିନା ଔଷଧରେ ଠିକ୍‌ ହୋଇଯାଇଥାଏ । ଏହାଛଡ଼ା ଏହା ଶରୀରରେ ଥିବା ବିଷାକ୍ତ ତତ୍ତ୍ୱଗୁଡ଼ିକୁ ବାହାର କରିବାରେ ସହାୟକ ହୋଇଥାଏ ।

ଆପଣ ଜଳକୁ ଦୀର୍ଘ ୮ ଘଣ୍ଟା ଧରି ତମ୍ୱା ପାତ୍ରରେ ରଖିବେ  କିମ୍ବା ରାତିରେ ରଖି ସକାଳୁ ପିଇବେ । ଏହାଦ୍ୱାରା ଆପଣଙ୍କୁ ସୁଫଳ ମିଳିବ ।

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ ।

୧- ତମ୍ୱାପାତ୍ରର ପାଣି ପିଇବା ଦ୍ୱାରା ଶରୀରେ ଥିବା ତମ୍ୱାର କମି ପୁରା ହୋଇଥାଏ । ଏହାଫଳରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆଠାରୁ ଶରୀରକୁ ରକ୍ଷା ମିଳିଥାଏ।

୨- ଏହି ପାଣି ଗଣ୍ଠିବାତ ଜନିତ ରୋଗରୁ ମୁକ୍ତି ଦେଇଥାଏ । ତାମ୍ରପାତ୍ରରେ ଥିବା ଜଳ ଶରୀରରେ ୟୁରିକ ଏସିଡ଼କୁ କମ୍‌ କରିଥାଏ । ଯାହାଫଳରେ ଆଣ୍ଠୁଗଣ୍ଠି ଜନିତ ରୋଗରୁ ଉପଶମ ମିଳିଥାଏ ।

୩- ଏନିମିଆ ଅଥବା ରକ୍ତହିନତା ପରି ରୋଗରୁ ତିରିଶ ବର୍ଷରୁ ଅଧିକ ମହିଳାମାନଙ୍କ ପାଇଁ ଏକ ସାମାନ୍ୟ ସମସ୍ୟା ଭାବେ ଦେଖାଯାଇଥାଏ । ଏହି ରୋଗୀମାନେ ଏହି ଜଳକୁ ନିୟମିତ ସେବନ କରିବା ଉଚିତ୍‌ ।

୪- ତାମ୍ରଜଳରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସାଇଡ଼ ରହିଥାଏ ଯାହାକି କ୍ୟାନ୍ସର ପରି ରୋଗସହ ଲଢ଼ଇବା ପାଇଁ ବେଶ ସହାୟକ ହୋଇଥାଏ ।

୫- ତାମ୍ରଜଳ କଫପିତ୍ତ ଏବଂ ବାତ ପରି ସମସ୍ୟା ଦୂର କରିଥାଏ ।

୬- ପାଚନ ସମ୍ପନ୍ଧୀୟ ଅସୁବିଧାକୁ ଦୂର କରିବା ପାଇଁ ବେଶ ଭଲ ଉପାୟ ହେଉଛି ତାମ୍ରଜଳ ସେବନ ।

୭- ତାମ୍ରପାତ୍ରରେ ରହିଥିବା ଜଳ ଗ୍ୟାସ ଏବଂ ଆସିଡ଼ିଟି ପାଇଁ ବେଶ ଲାଭଦାୟକ ହୋଇଥିବା ହେତୁ ଏହାକୁ ନିୟମିତ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ

Related posts

ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

ENO Beuro

କେମିତି ଆପଣ କୁହୁଡିରେ ଡ୍ରାଇଭିଂ କଲାବେଳେ ସାବଧାନ ଅବଲମ୍ବନ କରିବେ , ଏହା ନିହାତି ଜାଣିବା ଦରକାର

ENO Beuro

ହ୍ୱାଟ୍‌ସଆପ୍‌ ଆଣିଲା ୟୁଜର୍ସଙ୍କ ପାଇଁ ନୂଆ ଫିଚର

ENO Beuro

Leave a Comment