LIFESTYLE

ଔଷଧୀୟ ଗୁଣରେ ଭରପୂର ଯୁଆଣି ଦ୍ଵାରା ଶରୀରକୁ କ’ଣ ଉପକାର ମିଳିଥାଏ ଜାଣନ୍ତୁ

ଦୈନଦିନ ଜୀବନରେ ଯୁଆଣିର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ଔଷଧୀୟ ଗୁଣରେ ଭରପୂର ଯୁଆଣି। ଖାଦ୍ୟ ପ୍ରସ୍ତୁତିରେ ଏହାର ବ୍ୟବହାର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ପେଟ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର କରେ । ଯୁଆଣି ପାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ପୂରା ଶରୀରକୁ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଯୁଆଣି ଦ୍ୱାରା କ’ଣ ଉପକାର ମିଳିଥାଏ।

  • ପ୍ରତିଦିନ ସକାଳେ ଖାଲି ପେଟରେ ଯୁଆଣିକୁ ଭିଜାଇ ପାଣି ପିଇବା ଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇଥାଏ। ମୁଖ ଦୁର୍ଗନ୍ଧ ବି ଦୂର ହୋଇଥାଏ ।
  • ପେଟ ଜନିତ କିଛି ସମସ୍ୟା ଥିଲେ ଏହି ପାଣି ପିଇଲେ ପାଚନ ଶକ୍ତି ବଢ଼େ ଓ ପେଟ ରୋଗ ଦୂର କରେ ।
  • କେବଳ ପେଟ ଜନିତ ସମସ୍ୟା ନୁହେଁ, ଏହି ପାଣି ପିଇଲେ ଥଣ୍ଡା ଓ କଫ ମଧ୍ୟ ଭଲ ହୁଏ। ଆଜମା ସମସ୍ୟା ଥିଲେ ମଧ୍ୟ ଦୂର ହୁଏ ।
  • ଅତ୍ୟଧିକ ଥଣ୍ଡା କାରଣରୁ ଯଦି କାଶ ହେଉଥାଏ, ତା’ହେଲେ ଯୁଆଣି ପାଣିରେ ଅଳ୍ପ କଳା ଲୁଣ ପକାଇ ପିଇଲେ ଆରାମ ମିଳେ ।
  • ଯଦି ଆପଣ ମୋଟା ହୋଇ ଯାଉଛନ୍ତି, ତେବେ ଯୁଆଣୀର ପାଣି ପିଅନ୍ତୁ। କାରଣ ଏହା ଶରୀରର ମେଟାବୋଲିଜିମ୍ ବଢ଼ାଏ ଏବଂ ଶରୀର ଓଜନ ହ୍ରାସ କରାଏ ।
  • ଶୋଇବା ପୂର୍ବରୁ ଗୋଟେ କପ୍ ଯୁଆଣି ପାଣି ପିଅନ୍ତୁ । କିଛିଦିନ ଅଭ୍ୟାସ ପରେ ରାତିରେ ନିଦ ହେଉ ନଥିବା ସମସ୍ୟା ଆଉ ରହିବ ନାହିଁ ।
  • ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଥିଲେ ମଧ୍ୟ ଯୁଆଣୀ ଦ୍ଵାରା ଉପକାର ମିଳିଥାଏ । ଏହାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଯନ୍ତ୍ରଣା ସ୍ଥାନରେ ରଖନ୍ତୁ ଉପକାର ମିଳିବ ।

ଔଷଧୀୟ ଗୁଣରେ ଭରପୂର ଯୁଆଣି ଦ୍ଵାରା ଶରୀରକୁ କ’ଣ ଉପକାର ମିଳିଥାଏ ଜାଣନ୍ତୁ

ପଢନ୍ତୁ, ସରକାରୀ ଡାକ୍ତରଖାନା ର ଓଡିଶା ରକ୍ତ ଭଣ୍ଡାର ବିଷୟରେ ଯାଣନ୍ତୁ

Related posts

ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ?

ENO Beuro

କେଉଁ ରାଶିର ବ୍ୟକ୍ତି ସହଜରେ ପ୍ରେମରେ ପଡନ୍ତି ଜାଣନ୍ତୁ

ENO Beuro

ଦୈନିକ ବାଇଗଣ ଖାଇବା ଶରୀର ପାଇଁ କେତେ ସ୍ୱାସ୍ଥ୍ୟ ପଦ ଆସନ୍ତୁ ଜାଣିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More