LIFESTYLE

କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

ଆମେ ସମସ୍ତେ ବେଲ ଗଛ ବିଷୟରେ ଜାଣିଛେ । କେହି କେହି କୁହନ୍ତି ଏହି ଗଛରେ ପ୍ରଭୁ ମହେଶ୍ଵର ବାସ କରନ୍ତି । ଆଉ କିଛି ଲୋକଙ୍କ ମତରେ ଏଥିରେ ପ୍ରେତାତ୍ମା ବାସ କରନ୍ତି । ସେ ଯାହାବି ହଉ ସାଧାରଣତଃ ଆମେ ବେଲ ବୃକ୍ଷର ପତ୍ର କୁ ପୂଜା ବେଳେ ବ୍ୟବହାର କରିଥାଉ। ଦେବ ଦେବ ମହାଦେବଙ୍କ ଉପରେ ବେଲ ପତ୍ର ଦେଲେ ସେ ସନ୍ତୁଷ୍ଟ ହୋଇ ମନ ବାଞ୍ଛିତ ଫଳ ଦିଅନ୍ତି ବୋଲି ଆମମାନଙ୍କର ଧାର୍ମିକ ମତ । କିନ୍ତୁ ଆପଣ ଜାଣିଛନ୍ତି ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଆସନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ।

  • ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଗରମରୁ ରକ୍ଷା ମିଳିବା ସହିତ ମାନସିକ ରୋଗୀଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଛି।
  • ପାଟିରେ ଘା’ ହୋଇଥିଲେ ପ୍ରତିଦିନ ସକାଳେ ବେଲପତ୍ର ଚୋବାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।
  • ବେଲପତ୍ର ନିୟମିତ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦ୍‌ଘାତରୁ ରକ୍ଷା ମିଳିଥାଏ।
  • ଜ୍ୱର ହୋଇଥିଲେ ବେଲପତ୍ର କାଢ଼ା କରି ପିଇବା ଦ୍ୱାରା ଜ୍ୱରରୁ ଉପଶମ ମିଳିଥାଏ। ଏହାସହିତ ଖବ୍‌ଶୀଘ୍ର ଆରାମ ଲାଗିଥାଏ।
  • ବେଲ ପତ୍ର ଖାଇ ତମ୍ବା ପତ୍ରରେ ଥିବା ପାଣି ପିଇବା ଦ୍ଵାରା ବଦହଜମ ଓ ଗ୍ୟାସ ରୋଗରୁ ମଧ୍ୟ ଉପସମ ମିଳିଥାଏ ।

କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

ପଢନ୍ତୁ, କାରରେ ବାଧ୍ୟତାମୂଳକ ହେବ ଉନ୍ନତ ସୁରକ୍ଷା ସୁବିଧା – କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ

Related posts

ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ,ଆସନ୍ତୁ ଜାଣିବା ମହିଳାମାନଙ୍କ ବିଷୟରେ ଏହି ୭ଟି ଗୁଣ

ENO Beuro

ଫିଙ୍ଗନ୍ତୁ ନାହିଁ ଭିଜା ହୋଇଥିବା କାବୁଲି ବୁଟର ପାଣିକୁ ,ଏଥିରୁ ପାଇପାରିବେ ଅନେକ ଫାଇଦା! ଜାଣନ୍ତୁ ସେ ସମ୍ପର୍କରେ?

ENO Beuro

ଆସନ୍ତୁ ଜାଣିରଖିବା ବିଳମ୍ବରେ ସ୍ନାନ କରିବା ଦ୍ଵାରା କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More