• Home
  • LIFESTYLE
  • ଦୈନଦିନ ରୋଷେଇ ଘରେ ବ୍ୟବହୃତ ଜୀରାର ଉପକାରୀ ଗୁଣ ବିଷୟରେ ନଜର ପକାନ୍ତୁ
LIFESTYLE

ଦୈନଦିନ ରୋଷେଇ ଘରେ ବ୍ୟବହୃତ ଜୀରାର ଉପକାରୀ ଗୁଣ ବିଷୟରେ ନଜର ପକାନ୍ତୁ

ଜୀରା ଏକ ବହୁତ ଉପକାରୀ ଜିନିଷ । ଦୈନଦିନ ଜୀବନରେ ରୋଷେଇ ଘରେ ବ୍ୟବହୃତ ଏହି ଜୀରା ଖାଲି ଖାଦ୍ୟକୁ ସ୍ଵାଦିଷ୍ଟ କରେନି ଏକ ଉପକାରୀ ଜିନିଷ ଭାବେ ମଧ୍ୟ ବ୍ୟବହାର କରିହୁଏ । ଜୀରାର ଉପକାରୀ ଗୁଣ ମଧ୍ୟ ଅନେକ।

ସାଧାରଣତଃ ଥଣ୍ଡା ପାଗରେ ଅଧିକାଂଶ ଲୋକଙ୍କଠାରେ ବିଭିନ୍ନ ଶାରୀରିକ ସମସ୍ୟା ତଥା ବିଶେଷ କରି ଥଣ୍ଡା ଜ୍ୱର ପରିଲକ୍ଷିତ ହୋଇଥାଏ । ଏଥିସହ ମୁଣ୍ଡ ବିନ୍ଧା ହେବା, ନାକରୁ ପାଣି ବାହାରିବା, ଜ୍ୱର ହେବା ସହ ଘୋଳାବିନ୍ଧା ଆଦି ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ତେବେ ଏହି ଅବସରରେ ଜୀରା ସେବନ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

ଜୀରାରେ ନା କେବଳ ଜ୍ୱର ଦୂର କରିବାର ପ୍ରତିରୋଧକ ଶକ୍ତି ରହିଛି ତାହା ନୁହେଁ ଏଥିରେ ମଧ୍ୟ ଅନେକ ଉପାଦେୟ ଉପାଦାନ ରହିଛି ଯାହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଜୀରାର ଉପକାରୀ ଗୁଣ ସଂପର୍କରେ କିଛି ତଥ୍ୟ –

• ଯଦି ଆପଣ କୌଣସି ଜ୍ୱର କିମ୍ବା ଥଣ୍ଡା ରୋଗରେ ପୀଡିତ ତେବେ ଜୀରା ସେବନ କରିବା ଦ୍ୱାରା ଏଥିରୁ ତୁରନ୍ତ ମୁକ୍ତି ମିଳିଥାଏ ।

• ସାଧାରଣତଃ ଜୀରାକୁ ଗୁଣ୍ଡ କରି ତାକୁ ଚା’ରେ ପକାଇ ସେବନ କରିବା ଦ୍ୱାରା ଅଥବା ଏଥିସହ ଅଦା ଓ ତୁଳସୀ ମିଶାଇ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ।

• ଗରମ ପାଣିରେ କିଛି ମାତ୍ରାରେ ଜୀରା ପକାଇ ତା’ର ବାମ୍ଫ ନିଅନ୍ତୁ ଆଉ ବାମ୍ଫ ନେବା ପରେ ମୁହଁକୁ ଏକ ନରମ ଚାଦରରେ ଢାଙ୍କି କିଛି ସମୟ ଶୋଇ ପଡନ୍ତୁ । ଏହା କରିବା ଦ୍ୱାରା ଥଣ୍ଡା ଜ୍ୱରରୁ ନିସ୍ତାର ମିଳିବା ସହ ଆପଣଙ୍କୁ ଫୁର୍ତ୍ତି ମିଳିଥାଏ ।

• ଜୀରା ଜ୍ୱର ଭଲ କରିବା ସହିତ ଓଜନ ମଧ୍ୟ କମାଇବାରେ ସହାୟକ ହୋଇଥାଏ ।

• ଖାଦ୍ୟରେ ନିୟମିତ ଭାବରେ ଜୀରା ବ୍ୟବହାର କରିବା ଦ୍ୱାରା ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ । ଚିମୁଟାଏ ଲୁଣ ସହ କିଛି ଜୀରା ଚୋବାଇ ଖାଇବା ଦ୍ଵାରା ଏସିଡିଟି ତୁରନ୍ତ ଦୂର ହେଇଥାଏ ।

• ଜୀରାକୁ ଗୁଣ୍ଡ କରି ତାହାକୁ ଦହିରେ ପକାଇ ପିଇବା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଭଲ ହୋଇଥାଏ ।

• ଯଦି ଆପଣଙ୍କ ନିକଟରେ ସମୟର ଅଭାବ ରହିଛି ତେବେ ଉଷୁମ ପାଣି ସହିତ ଅଥବା ମହୁ ସହ ଜୀରା ଗୁଣ୍ଡ ମିଶ୍ରଣ କରି ସେବନ କରିପାରିବେ । ଏପରି କରିବା ଦ୍ୱାରା ଥଣ୍ଡା ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଯିବା ସହ ଶରୀରକୁ ଆରାମ ମିଳିଥାଏ ।

ଦୈନଦିନ ରୋଷେଇ ଘରେ ବ୍ୟବହୃତ ଜୀରାର ଉପକାରୀ ଗୁଣ ବିଷୟରେ ନଜର ପକାନ୍ତୁ ଦୈନଦିନ ରୋଷେଇ ଘରେ ବ୍ୟବହୃତ ଜୀରାର ଉପକାରୀ ଗୁଣ ବିଷୟରେ ନଜର ପକାନ୍ତୁ ଦୈନଦିନ ରୋଷେଇ ଘରେ ବ୍ୟବହୃତ ଜୀରାର ଉପକାରୀ ଗୁଣ ବିଷୟରେ ନଜର ପକାନ୍ତୁ

ପଢନ୍ତୁ ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ଲୋକେ ହନ୍ତସନ୍ତ

Related posts

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

Krishna Kumar Manoj

ପ୍ରୋପୋଜ କରିବା ପୂର୍ବରୁ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଆସନ୍ତୁ ଜାଣିବା

Krishna Kumar Manoj

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଯାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More