LIFESTYLE

ଦହି ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

ଦହିରେ ରହିଛି ଅନେକ ଫାଇଦା । ଅନେକ ଲୋକ ଦହି ଖାଇଥାଆନ୍ତି ।  ଦହି ଖାଇବା ଦ୍ଵାରା ଆମ ଶରୀର ସୁସ୍ଥ ମଧ୍ୟ ରହିଥାଏ । ଚାଲନ୍ତୁ ଜାଣିବା ଦହି ସେବନ କଲେ କ’ଣ ସବୁ ଲାଭ ମିଳିବ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଦହିର ଉପକାରିତା :-

  • ଦହିରେ ଥିବା ଉତ୍ତମ ବ୍ୟାକ୍ଟେରିଆ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା ମହିଳାଙ୍କ ଭାଜିନାଲ ଇନ୍‌ଫେକ୍‌ସନକୁ ରୋକିଥାଏ।
  • ଆମେରିକାର ବୋଷ୍ଟନ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣା ଅନୁସାରେ ଦୁଗ୍ଧଜାତୀୟ ପଦାର୍ଥ ବିଶେଷ କରି ଦହି ସେବନ ଦ୍ବାରା ଉଚ୍ଚ ରକ୍ତଚାପ ଆଶଙ୍କା କମ୍‌ ହୋଇଥାଏ । ଏହା ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍‌ ହେବାରୁ ରକ୍ଷା କରିଥାଏ ।
  • ଆପଣଙ୍କ ମୁଣ୍ଡରେ ରୁପି ହେଉଥିଲେ ଦହି ସବୁଠାରୁ ସହଜ ଏବଂ ପ୍ରଭାବୀ ଉପାୟ । ଦହିରେ ଥିବା ଲ୍ୟାକ୍ଟିକ ଏସିଡ୍‌ରେ ଆଣ୍ଟି ଫଙ୍ଗାଲ ଗୁଣ ରହିଛି । ଏହା ରୁପି ଦୂର କରିବାରେ ସହାୟତା କରେ। ତେଣୁ ଏକ ଗିନା ଦହିକୁ ଭଲ ଭାବେ ଫେଣ୍ଟି ତାଳୁରେ ଲଗାନ୍ତୁ । ଅଧଘଣ୍ଟା ପରେ ପାଣିରେ ଧୋଇ ଦିଅନ୍ତୁ ।
  • ଦହିରେ ଥିବା କ୍ୟାଲସିୟମ ଶରୀରରେ କୋର୍ଟିସଲ ହର୍ମୋନ୍‌ ସୃଷ୍ଟି କରିବାକୁ ଦେଇ ନ ଥାଏ । ଏହି ହର୍ମୋନ୍‌ ଉଚ୍ଚ ରକ୍ତଚାପ, ମୋଟାପଣ ଏବଂ କୋଲେଷ୍ଟ୍ରଲ ହେବାର କାରଣ ପାଲଟିଥାଏ ।
  • ଦହିରେ ଥିବା ଭିଟାମିନ୍‌ ଇ, ଜିଙ୍କ ଏବଂ ଫସ୍‌ଫରସ୍‌ ଚର୍ମକୁ ଗୋରା କରିଥାଏ । ଏହାକୁ ଫେସ୍‌ ପ୍ୟାକ୍‌ରେ ମିଶାଇ ଲଗାନ୍ତୁ କିମ୍ବା ଖାଲି ଦହିକୁ ମୁହଁରେ ଲଗାଇ ଦୁଇ ମିନିଟ୍‌ ମାଲିସ୍‌ କରନ୍ତୁ । ଏହା ସବୁଠାରୁ ଉତ୍ତମ ଫେସ୍‌ପ୍ୟାକ୍‌ ବୋଲି କୁହାଯାଏ ।

ପଢନ୍ତୁ ;

ଖାଲିପେଟରେ ଚା’ ପିଇଲେ କେଉଁ ସବୁ ସମସ୍ୟା ହୋଇଥାଏ ଜାଣନ୍ତୁ ?

Related posts

ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡିକ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ!

ENO Beuro

ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More