• Home
  • Featured
  • ଜାଣନ୍ତୁ ଦହିର ଉପକାରୀ ଗୁଣ ସଂପର୍କରେ ଓ ନିୟମିତ ବ୍ୟବହାର ଦ୍ଵାରା କି ସୁଫଳ ମିଳେ
Featured

ଜାଣନ୍ତୁ ଦହିର ଉପକାରୀ ଗୁଣ ସଂପର୍କରେ ଓ ନିୟମିତ ବ୍ୟବହାର ଦ୍ଵାରା କି ସୁଫଳ ମିଳେ

ଦହିକୁ ସାଧାରଣତଃ ଖାଦ୍ୟ ଓ ପାନୀୟ ଭାବରେ ବ୍ୟବହାର କରାଯାଏ । ମାତ୍ର କେବଳ ଯେ ଏହା ପାଟିର ସ୍ୱାଦ ପାଇଁ ବ୍ୟବହାର କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଯାହା ଆପଣଙ୍କ ଶରୀରର ବିଭିନ୍ନ ସମସ୍ୟା ଦୂର କରିବା ସହ ଆପଣଙ୍କ ମୁହଁର ମଧ୍ୟ ସୌନ୍ଦର୍ଯ୍ୟ ବଢାଇଥାଏ । ତେବେ ଆଜି ଆମେ ଜଣାଇବୁ ଦହିର ଉପକାରୀ ଗୁଣ ସଂପର୍କରେ ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ଆପଣ ଏହାର ଲାଭ ପାଇପାରିବେ ।

• ଦହିରେ ଗାଜର, କାକୁଡି, ଅମୃତଭଣ୍ଡା ରସ ମିଶ୍ରଣ କରି ନିୟମିତ ତ୍ୱଚାରେ ଲଗାନ୍ତୁ । ଶୀତଦିନେ ଏହି ମିଶ୍ରଣ ତ୍ୱଚା ପାଇଁ ଭଲ । ଏହା ତ୍ୱଚାକୁ ଉଜ୍ଜଳ କରାଏ ।

• ମୁହଁ, ହାତ ଓ ଗଳାରେ ଲେମ୍ବୁ ରସ ସହ ଦହି ମିଶ୍ରଣ କରି ଲଗାଇବା ଦ୍ୱାରା ମୃତ କୋଷିକା ବାହାରିଯିବା ସହ ତ୍ୱଚାର ଚମକ ବଢିଥାଏ ।

• ଆଖି ତଳ କଳା ଦାଗ ଦୂର ପାଇଁ ଦହିରେ ବେସନ ମିଶାଇ ରାତିର୍ ଶୋଇବା ପୂର୍ବରୁ ଲଗାନ୍ତୁ । ପାଖାପାଖି ଅଧ ଘଂଟା ଏହାକୁ ରଖିବା ପରେ ଏହାକୁ ଥଣ୍ଡା ପାଣିରେ ଭଲଭାବରେ ସଫା କରି ଦିଅନ୍ତୁ । ଏହାକୁ ସପ୍ତାହରେ ୩-୪ ଥର ବ୍ୟବହାର କରିବାଦ୍ୱାରା ଆଖି ତଳେ ଦେଖା ଯାଉଥିବା କଳା ଦାଗ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ । ଏଥିସହ ବୟସ ରେଖା ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

• ମୁହଁରେ ହେଉଥିବା ବ୍ରଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ଥିଲେ ଦହି । ଏଥିପାଇଁ ସପ୍ତାହରେ ୨-୩ ଥର ଦହିକୁ ମୁହଁରେ ଧୀରେ ଧୀରେ ମାଲିସ କରିବାଦ୍ୱାରା ଏହି ସମସ୍ୟା ଚାଲିଯାଇ ଥାଏ ।

• ନଖ ଓ କେଶ ପାଇଁ ମଧ୍ୟ ଦହି ଉପକାରୀ । ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା କେଶ ଜନିତ ବିଭିନ୍ନ ସମସ୍ୟା ଦୂର କରିବା ସହ ନଖକୁ ମଧ୍ୟ କୋମଳ କରିଥାଏ ।

ଯାଣନ୍ତୁ ଦହିର ଉପକାରୀ ଗୁଣ ସଂପର୍କରେ ଓ ନିୟମିତ ବ୍ୟବହାର ଦ୍ଵାରା କି ସୁଫଳ ମିଳେ ଜାଣନ୍ତୁ  ଜାଣନ୍ତୁ ଦହିର ଉପକାରୀ ଗୁଣ ସଂପର୍କରେ ଓ ନିୟମିତ ବ୍ୟବହାର ଦ୍ଵାରା କି ସୁଫଳ ମିଳେ

Related posts

ହ୍ଵାଟ୍‌ସଆପ ସହ ଜଡ଼ିତ ଏହି ୫ଟି କଥା ହ୍ଵାଟ୍‌ସଆପ ବ୍ୟବହାରକାରୀ ଜାଣିବା ଦରକାର

Krishna Kumar Manoj

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

Krishna Kumar Manoj

Ruchi Prativa Samman – 2017 At Saheed Bhawan On August 19

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More