LIFESTYLE

ପ୍ରତିଦିନ ଖାଆନ୍ତୁ ଖଜୁରି, ମିଳିବ ଏହିସବୁ ଫାଇଦା

dates

ଶୀତ ଦିନ ଆସିବା ମାତ୍ରେ ଅନେକ ରୋଗ ଶରୀରକୁ ଆକ୍ରମଣ କରିଥାନ୍ତି । ଏପରି ସ୍ଥିତିରେ ଶରୀରକୁ ଫିଟ୍ ରଖିବା ପାଇଁ ଗୋଟିଏ ଛୋଟ ଖଜୁରି ମଧ୍ୟ ଖୁବ ଲାଭଦାୟକ ହୋଇଥାଏ । ଖଜୁରିକୁ ଆମେ କୌଣସି ପାଗ ବା ଋତୁରେ ଖାଇପାରିବା କିନ୍ତୁ ଶୀତ ଦିନରେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ଶକ୍ତି ମିଳିଥାଏ । ସାଧାରଣତଃ ମଧୁମେହ ରୋଗୀମାନେ ଏହାକୁ ପ୍ରତିଦିନ ଖାଇବା ଉଚିତ। ଶୀତଦିନେ ନିୟମିତ ଖଜୁରି ସେବନ ଦ୍ୱାରା ମଣିଷ ଶରୀରକୁ ସତେଜତା ମିଳିଥାଏ। ଏହା ଶରୀରକୁ ମଧ୍ୟ ଶକ୍ତି ଯୋଗାଇଥାଏ। କିନ୍ତୁ ଶରୀରର ଓଜନ କମାଇବାରେ ଏହା ବେଶ୍‌ ଉପଯୋଗୀ।

ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ସମ୍ପର୍କରେ-

ଖଜୁରିରେ ପ୍ରଚୁର ପରିମାଣରେ ଗ୍ଲୁକୋଜ୍‌ ଥାଏ ଯାହା ଶରୀରରେ ରୋଗ ପ୍ରତିରେଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଯଦି ଶରୀରରେ ତୁରନ୍ତ ଫୂର୍ତ୍ତି ଚାହୁଛନ୍ତି, ତେବେ ନିୟମିତ ଖଜୁରି ଖାଆନ୍ତୁ।

ଖଜୁରି ଖାଇବା ଦ୍ୱାରା ତ୍ୱଚା ସମସ୍ୟା ଦୂରେଇ ଯିବା ସହିତ। ତ୍ୱଚା କୋମଳ ହୋଇଥାଏ। ଏହା ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

dates

ଗର୍ଭବତୀ ମହିଳାଙ୍କ ପାଇଁ ଖଜୁରି ଖୁବ ଲାଭଦାୟକ ହୋଇଥାଏ । ଏହି ସମୟରେ ଖଜୁରି ଖାଇବା ଦ୍ୱାରା ଗର୍ଭବସ୍ଥା ପାଇଁ ହେଉଥିବା ରୋଗରୁ ମୁକ୍ତି ମିଳିଥାଏ ।

ରାତିସାରା ଖଜୁରିକୁ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖାଇଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ।

ପଢନ୍ତୁ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମଲାଇ ଚିଙ୍ଗୁଡ଼ି

Related posts

ଆପଣ ଜାଣନ୍ତି କି? ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ; ଆସନ୍ତୁ ଜାଣିବା ଏହାର କିଛି ଉପକାରୀ ଗୁଣ

ENO Beuro

ଗ୍ରୀଷ୍ମଦିନରେ ଘରେ କେମିତି ତିଆରି କରିବେ ବାଦାମ ପେସ୍ତା ଲସ୍ସି ଜାଣନ୍ତୁ ?

ENO Beuro

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

Leave a Comment