LIFESTYLE

ଖରାଦିନେ ଶରୀର ସୁସ୍ଥ ରଖିବା ପାଇଁ ପିଅନ୍ତୁ ଏହି ଜୁସ

ଖରାଦିନେ ଶରୀରରୁ ଝାଳ ବାହାରିଥାଏ । ଲୋକେ ବଜାରରେ ବିକ୍ରି ହେଉଥିବା ସୁଲଭ ମୂଲ୍ୟର ଜୁସ୍ ପିଇଥାଆନ୍ତି। ଏହି ମୃଦୁ ପାନୀୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ନିଜକୁ ଖରା ଦିନେ ଫିଟ୍ ରଖିବା ପାଇଁ ସବୁଠୁ ଭଲ ଘରେ ତିଆରି ସରବତ । ଦହି ସରବତ, ଲେମ୍ବୁ ସରବତ, ବେଲ ସରବତ, ଆମ୍ବ ସରବତ କଥା ତ ଆପଣ ଜାଣିଛନ୍ତି । କିନ୍ତୁ ଆମେ ଏଠାରେ ଆଉ ଦୁଇଟି ସରବତ ସମ୍ପର୍କରେ ବତାଇଛୁ । ଯାହା ଆପଣଙ୍କୁ ଏହି ଖରା ଦିନେ ଥଣ୍ଡା ଅନୁଭବ କରାଇବ ।

ତେନ୍ତୁଳି ସରବତ :-

ତେନ୍ତୁଳିରେ ଭରପୂର ମାତ୍ରାରେ ଭିଟାମିନ୍ ଓ ଖଣିଜ ପଦାର୍ଥ ଭରି ରହିଛି । ଏହି ସରବତ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତେନ୍ତୁଳି, ଗୁଡ ଓ ସୈନ୍ଧବ ଲବଣକୁ ରାତି ସାରା ଭିଜେଇ ରଖନ୍ତୁ। ସକାଳେ ନିଜ ଆବଶ୍ୟକତା ଅନୁସାରେ ପାଣି ପକାଇ ସରବତ ପ୍ରସ୍ତୁତ କରନ୍ତୁ ।

ପାନ ମଧୁରୀ ସରବତ :-

ପାନ ମଧୁରୀ ସରବତ ପିଇବା ଦ୍ୱାରା ଆପଣଙ୍କ ଶରୀର ଓ ମସ୍ତିଷ୍କ ଥଣ୍ଡା ରହିଥାଏ । ଏହି ସରବତ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ପାନ ମଧୁରୀକୁ ରାତିସାରା ପାଣି ଭିଜାଇ ରଖନ୍ତୁ । ସକାଳେ ଏହି ଭିଜା ଯାଇଥିବା ପାଣିରୁ ପାନ ମଧୁରୀକୁ ବାହାର କରି ଚିନି କିମ୍ୱା ମହୁ ପକାଇ ସରବତ ପ୍ରସ୍ତୁତ କରିପାରିବେ ।

ପଢନ୍ତୁ ;

ପେଟଜନୀତ ସମସ୍ତ ସମସ୍ୟା ଦୂର କରିଥାଏ ମହୁ ଏବଂ ରସୁଣ! ଏହାକୁ ମିଶ୍ରଣ କରି ଖାଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Related posts

ଝିଅମାନେ ପୁଅମାନଙ୍କୁ କେଉଁ ୫ ଟି ଗୁଣ ଲୁଚାଇ ଥାଆନ୍ତି ଜାଣନ୍ତୁ

ENO Beuro

ଖାଇବା ମଝିରେ ପାଣି ପିଉଛନ୍ତି କି? ସାବଧାନ! ହୋଇପାରେ ମାରାତ୍ମକ ରୋଗ

ENO Beuro

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ “ପଣସ”! ଆସନ୍ତୁ ଜାଣିବା ଏହ ଆଉ କେଉଁ ସମସ୍ୟାକୁ ଦୂର କରିଥାଏ?

ENO Beuro

1 comment

Leave a Comment