LIFESTYLE

ସଜନା ଛୁଇଁ ଖାଇବା ଦ୍ଵାରା ଆମକୁ କେଉଁ ସବୁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ ? 

ଅମୃତଭଣ୍ଡା, ପୋଟଳ, କଂଚା କଦଳୀ ଓ ବିଲାତି ବାଇଗଣ ପରି ସଜନା ଛୁଇଁ ଏକ ମୂଲ୍ୟବାନ ପରିବା ।ଏଥିରେ ରହିଛି ପ୍ରଚୁର ପରିମାଣର ଭିଟାମିନ୍ । ସଜନା ଛୁଇଁ ଆମ ଶରୀର ପାଇଁ ବେଶ ଲାଭଦାୟକ । ସଜନା ଛୁଇଁ ରୁ ଆମକୁ କ୍ୟାଲସିୟମ, ଲୌହ, ଭିଟାମିନ୍-ସି , ରିବୋଫ୍ଲାବିନ୍ , କରୋଟିନ୍ ଆଦି ତତ୍ୱ ମିଳିଥାଏ ।

ସଜନା ଛୁଇଁ ଖାଇବା ଦ୍ଵାରା କେଉଁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ

  • ସଜନା ପତ୍ର ଶାଗ ଖାଇଲେ ବା ରସ ପାନ କଲେ ରକ୍ତ ଚାପ ନିବାରିତ ହୁଏ ।
  • ସଜାନ ଛେଲି ସୋରିଷ ତେଲ ସହିତ ଏକତ୍ର ବାଟି ସେବନ କରିବେ । ତା ପରେ ଗରମ ପାଣି ପିଇଲେ ପେଟର ବାୟୁ, ଅଜୀର୍ଣ୍ଣ, ଅଗ୍ନମାନ୍ଧ୍ୟ, ଗୁଳ୍ମ, କୃମି, ମେଦ ବୃଦ୍ଧି ଆଦି ରୋଗ ଭଲ ହୋଇଥାଏ ।
  • ସଜନା ପତ୍ର ରସରେ ଲୁଣ ମିଶାଇ ଲଗାଇଲେ ଯାଦୁ , ଚମଦଳା, କନ୍ଦା ପ୍ରଭୃତି ଭଲ ହୋଇଯାଏ ।
  •  ସଜନା ଗଛ ଛାଲି ରସରେ ଲୁଣ ମିଶାଇ ଦିନକୁ ୩ ଥର ଭାତୁଡି ଉପରେ ଲଗାଇଲେ ତାହା ଭଲ ହୋଇଯାଏ ।
  • ସଜନା ପତ୍ର ରସରେ ଲୁଣ ମିଶାଇ ଶୁଙ୍ଘିଲେ ଉହାଜ୍ୱର ଛାଡିଯାଏ ।
  • ସଜନା ଗଛ ମୂଳ ଛାଲିକୁ ବାଟି ସେଥିରେ ଅଳ୍ପ ଲୁଣ ମିଶାଇ ଶିଶୁମାନଙ୍କ ମୁଣ୍ଡରେ ହୋଇଥିବା ବଡ ଘା’ ଲଗାଇଲେ ତାହା ଶୀଘ୍ର ଭଲ ହୋଇଯାଏ ।
  • ସଜନା ଛେଲିକୁ ବାଟି କିମ୍ବା ସଜନା ଅଠାରେ ଚିନି ମିଶାଇ ବଥ , ବାର ମୂଳିଆ, କାସ, ଗୋଲି ଏବଂ ଯାଦୁରେ ଲଗାଇଲେ ତାହା ବଲ ହୋଇଯାଏ ।

ସଜନା ଛୁଇଁ ଖାଇବା ଦ୍ଵାରା ଆମକୁ କେଉଁ ସବୁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ ?  ସଜନା ଛୁଇଁ ଖାଇବା ଦ୍ଵାରା ଆମକୁ କେଉଁ ସବୁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ ?  drumsticks

ପଢନ୍ତୁ ;

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌

Related posts

ଆପଣ ବି ଅସମୟରେ ଶୋଇପଡୁଛନ୍ତି କି ? ଜାଣିରଖନ୍ତୁ କେତେବେଳେ ଭଲ, କେତେବେଳେ ଖରାପ

ENO Beuro

ରସୁଣର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ !

ENO Beuro

କାନର କେଉଁ ଅଂଶ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More