LIFESTYLE

ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ ଖାନ୍ତୁ ଓ ଶରୀରକୁ ସୁସ୍ଥ ରଖନ୍ତୁ

ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ସବୁବେଳେ ମନୁଷ୍ୟ କିଛି ନ କିଛି ଦୁରାରୋଗରେ ପୀଡିତ ହେଉଛି । ତେଣୁ ନିଜର ଖାଦ୍ୟ ଶୈଳୀକୁ ପରିବର୍ତନ କରିବା ଉଚିତ ଏବୋଂ ଖାଦ୍ୟରେ କଣ ଖାଇଲେ ଭଲ ତାହା ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ । ଏଠାରେ ଆମେ କହିରଖୁଚୁ ଯେ ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ କିପରି ଶରୀରର ବହୁ ସମସ୍ୟାକୁ ଦୂର କରେ ତାହା ଉପରେ ନଜର ପକାନ୍ତୁ । ସେଓ କୁ ଦିନ ସମୟରେ ଖାଇବା ହିଁ ସ୍ୱାସ୍ଥ୍ୟ ପକ୍ଷେ ଭଲ। ରାତି କିମ୍ବା ଶୋଇବା ସମୟରେ ଖାଇବେ ନାହିଁ।

  • ଯଦି ପ୍ରତିଦିନର ଖାଦ୍ୟରେ ଗୋଟିଏ ସେଓ ଖାଆନ୍ତି ତେବେ ଆପଣଙ୍କର ଦାନ୍ତ ସୁନ୍ଦର ଓ ସୁସ୍ଥ ରହିବା ସହିତ ସ୍ମରଣଶକ୍ତି ବଢିବ ।
  • ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରରେ ଇଲେକ୍ଟ୍ରାଲାଇଟ ସନ୍ତୁଳିତ ହୋଇ ରୁହେ। ସେଓରେ ଥିବା ଫାଇବର ଏବଂ ଭିଟାମିନ୍ ଶରୀରରେ ପୋଷକ ତତ୍ତ୍ୱକୁ ବଢ଼ାଏ। ଫଳରେ ଶରୀର ସୁସ୍ଥ ରହେ ।
  • ମଧୁମେହ ରୋଗୀ ମଧ୍ୟ ପ୍ରତିଦିନ ଗୋଟେ ସେଓ ଖାଇପାରିବେ। ଏହାଦ୍ଵାରା ରକ୍ତରେ ଶର୍କରାକୁ କମ କରେ ।
  • ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ହୃଦ ରୋଗ ଭଳି ସମସ୍ୟା କମ ହୁଏ ।
  • ସେଓ ଖାଇବା ଦ୍ଵାରା ଖାଦ୍ଯ ଭଲରେ ହଜମ ହୁଏ ଓ ମଳକଣ୍ଟକ ପରି ରୋଗରୁ ରକ୍ଷା ମିଳେ ।
  • ଏହାଦ୍ଵାରା ମଧ୍ୟ ଶରୀର ର ଓଜନ ସନ୍ତୁଳିତ ରହେ ତେଣୁ କାର୍ଯ୍ୟ କରିବା ନିମନ୍ତେ ଉସ୍ଛାହ ଆସେ ।
  • ଯଦି ଶରୀରରେ ହଠାତ୍ ରକ୍ତଚାପ ମାତ୍ରା କମିଯାଏ, ତେବେ ତୁରନ୍ତ ଗୋଯିଏ ସେଓ ଖାଆନ୍ତୁ। ଏପରି କରିବା ଦ୍ୱାରା ଶରୀରକୁ ତରନ୍ତ ଶକ୍ତି ମିଳିବା ସହ ରକ୍ତ ଚାପରେ ସ୍ଥିରତା ଆସେ। ଏହା ଶରୀରରେ ସୋଡିୟମର ମାତ୍ରା ବଢ଼ାଇ ବୃକକ୍‌ରେ ଏହାର ଖରାପ ପ୍ରଭାବ ପକାଇବାକୁ ଦିଏ ନାହିଁ।
  • ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ ଖାନ୍ତୁ ଓ ଶରୀରକୁ ସୁସ୍ଥ ରଖନ୍ତୁ

ପଢନ୍ତୁ, ମନୋଜ ବାଜପେୟ ଙ୍କ ନୂଆ ସିନେମା ବାଗୀ ୨

Related posts

ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ସବୁ ଜୁସ୍

ENO Beuro

ଆପଣ ଅଯଥାଖର୍ଚ୍ଚ କରୁଛନ୍ତି କି? ତେବେ ଏହାକୁ ରୋକିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ENO Beuro

ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More