LIFESTYLE

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି

Untitled 1

ପରିବା ଭିତରେ ପୋଟଳ ପ୍ରାୟ ସମସ୍ତଙ୍କର ପସନ୍ଦ । କିଛି ଲୋକ କିନ୍ତୁ ପୋଟଳ ଖାଇବାକୁ ପସନ୍ଦ କରି ନଥାନ୍ତି । କିନ୍ତୁ ଆଜି ପୋଟଳର ଫାଇଦା ସଂପର୍କରେ ଜାଣିବା ପରେ ନଖାଉଥିବା ଲୋକ ମଧ୍ୟ ଏହାକୁ ଖାଇବା ଆରମ୍ଭ କରିଦେବ । ଆସନ୍ତୁ ଜାଣିବା ଏହାର କେତେକ ଔଷଧୀୟ ଗୁଣ ସମ୍ପର୍କରେ।

୧. ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଜ ଡାଏଟରେ ସାମିଲ କରନ୍ତୁ । କମ କ୍ୟାଲୋରୀ ଏବଂ ଅଧିକ ଫାଇବର ଥିବା ହେତୁ ଏହା ଫ୍ୟାଟ୍‌ କମ କରିବା ସହ ଭୋକକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଯାହା ଆପଣଙ୍କ ଓଜନ କମ କରାଇବାରେ ସାହାଯ୍ୟ କରିଥାଏ ।

Waist

୨. ପୋଟଳ ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣଙ୍କ ପାଖରେ ଶାରୀରିକ ଏବଂ ତ୍ୱଚାଜନିତ କୌଣସି ସମସ୍ୟା ଦେଖା ଯାଇ ନଥାଏ ।

୩. ପାଗ ବଦଳୁଥିବା ହେତୁ ଲୋକମାନେ ସହଜରେ ଥଣ୍ଡା ଜ୍ୱରର ଶିକାର ହୋଇଥାନ୍ତି । ସେଥିପାଇଁ ଏ ସମୟରେ ପୋଟଳର ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଆପଣ ଠିକ ରହିଥାନ୍ତି ।

Woman Measuring Her Temperature

୪. ଏହାର ସେବନ କରିବା ଦ୍ୱାରା ଶରୀରରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଏବଂ କୋଲେଷ୍ଟ୍ରଲ ବଢ଼ି ନଥାଏ । ଏହା ସହ ହୃଦଜନିତ ସମସ୍ୟା ହେବାର ଆଶଙ୍କା ମଧ୍ୟ କମ ହୋଇ ଯାଇଥାଏ ।

ପଢନ୍ତୁ: ପ୍ରତିଦିନ ଖାଉଥିବା ଭାତରେ କେବେ ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କଥା ଭାବିଛନ୍ତି କି!

Related posts

ଆପଣଙ୍କୁ ଅତ୍ୟଧିକ ହାକୁଡି ଆସୁଛି କି? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ବିଳମ୍ବିତ ରାତ୍ରି ଯାଏଁ କାମ କରୁଛନ୍ତି କି? ତେବେ ପିଅନ୍ତୁ ଏହି ପାନୀୟ !

ENO Beuro

ବ୍ରସ , ପାନିଆ ଓ ଟାୱେଲ ଏସବୁ ଜିନିଷ କେତେଦିନ ବ୍ୟବହାର କରିବେ, ଆସନ୍ତୁ ଜାଣିବା

ENO Beuro

Leave a Comment