LIFESTYLE

ରସୁଣର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ !

ରସୁଣ ଯେ କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ । ଏଥିରେ ଅଛି ବିଭିନ୍ନ ରୋଗ ନିରାକରଣ ତତ୍ତ୍ୱ । ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗ ଭଲ କରେ ରଶୁଣ । ରସୁଣକୁ ତାମସିକ ଭୋଜନ ଭିତରେ ରଖାଯାଏ , ତଥାପି ପ୍ରତିଦିନ ରସୁଣ ସେବନ କରିବା ଉଚିତ୍ ।

ରସୁନର ଉପକାରିତା :-

  • ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ ଓ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରେ ।
  • ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି ।
  • ଯଦି ଥଣ୍ଡାଦିନରେ ଦେହର ଶିରା ପ୍ରଶିରା ଝିମଝିମ ହେଉଛି ତେବେ ରସୁଣ ଖାଇଲେ ଏଥିରୁ ଉପଶମ ମିଳିଥାଏ ।
  • ଯଦି ଉଚ୍ଚ ରକ୍ତଚାପ ସମସ୍ୟା ଥାଏ , ତେବେ ରସୁଣକୁ ଖାଲି ପେଟରେ ଖାଇଲେ ଉଚ୍ଚ ରକ୍ତଚାପ କିଛି ପରିମାଣରେ ନିୟନ୍ତ୍ରଣ ହେବ ।
  • ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ରକ୍ତ ସଂଚାଳନ ସଠିକ ଭାବେ ହେବା ସହିତ ହୃଦୟ ଜଡିତ ରୋଗ ହେବାର ଆଶଙ୍କା କମିଯାଏ ।
  • ରସୁଣ ମଧୁମେୟ ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ମଧୁମେୟ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।
  • ସୁଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା  ବଢିବା ସହିତ ଶରୀରକୁ ରୋଗରୁ ଲଢିବା ପାଇଁ ଶକ୍ତି ମିଳିଥାଏ ।
  • ରସୁଣ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୁଏ କାରଣ ରସୁଣରେ ବ୍ୟାକଟେରିଆଲ ତତ୍ୱ ଥାଏ ।
  • ରସୁଣରେ ଖାଇବା ଦ୍ଵାରା ମାଂସପେଶୀ ଶକ୍ତ ହୋଇଥାଏ କାରଣ ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ଥାଏ ।
  •  ରସୁଣ ଖାଇବା ଦ୍ଵାରା କୋଷ୍ଠକାଷ୍ଠିନ୍ୟ ଦୂର ହୋଇଥାଏ କାରଣ ଏଥିରେ ଫାଇବର ଥାଏ ।

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ଭେଜିଟେବଲ କଟଲେଟ୍‌

Related posts

ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

ENO Beuro

ନିଜ ଶରୀରର ସୁନ୍ଦରତାକୁ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ENO Beuro

ମୁହ୍ନରେ ବ୍ରଣ ସମସ୍ୟା ଦୂର କରିଥାଏ ଭୃଷଙ୍ଗ ପତ୍ରର ପେଷ୍ଟ ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

Leave a Comment