LIFESTYLE

ଆସନ୍ତୁ ଜାଣିବା ଅଦାରେ ଥିବା ବହୁ ଔଷଧୀୟ ଗୁଣ ବିଷୟରେ

ଅଦାରୁ ଶରୀରକୁ ପୋଷଣ ମିଳିଥାଏ। ଏହା ଶରୀର ପାଇଁ ବହୁତ ଭଲ। ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ। ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ। ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।କୌଣସି ବି ତରକାରୀଙ୍କୁ ସୁଆଦିଆ କରାଇବାରେ ଅଦାର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଅଦାର ଔଷଧୀୟ ଗୁଣ ବିଷୟରେ ଆସନ୍ତୁ ଜାଣିବା

ହୃଦ୍‌ରୋଗୀଙ୍କ ପାଇଁ ମଧ୍ୟ ଅଦା ଖୁବ୍‌ ଭଲ ହୋଇଥାଏ। ଗବେଷକମାନଙ୍କ କହିବା ଅନୁଯାୟୀ ଦିନକୁ ୨ ଗ୍ରାମ୍‌ ଅଦା ଖାଇବା ଦ୍ୱାରା ରକ୍ତରୁ ସର୍କରା ସ୍ତର ୧୦ ପ୍ରତିଶତ କମ୍‌ ହୋଇଥାଏ।

ଅଦା ଖାଇବା ଦ୍ୱାରା ଶରୀରରୁ ଝାଳ ବୋହିବା କମ୍‌ ହୋଇଥାଏ। ଏହା ବ୍ୟକ୍ତିକୁ ଯୁବା ଦିଶେଇବାରେ ସହାୟ ହୁଏ।

ଗଣ୍ଠିମୁଣ୍ଡରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍‌ ଜଣାଯାଏ। ଏହା  ତୁରନ୍ତ ଅନୁଭୂତ ନ ହୋଇପାରେ ମାତ୍ର ସବୁଦିନ ପାଇଁ ଯନ୍ତ୍ରଣାକୁ ଦୂରେଇ ଦେଇପାରେ ଅଦା।

ଶରୀରରୁ ଚର୍ବି କମାଇବାରେ ଅଦାର ଭୂମିକା ଅତୁଳନୀୟ। ପ୍ରତି ଦିନ  ଅଦା ଖାଇବା ଅଭ୍ୟାସ କଲେ ଶରୀରରେ ଥିବା ଅତିରିକ୍ତ ଚର୍ବି ହ୍ରାସ୍‌ ପାଇଥାଏ।

ପ୍ରତି ଦିନ ଅଦା ଖାଉଥିବା ବ୍ୟକ୍ତିଙ୍କୁ ସକାଳୁଆ ଆଳସ୍ୟ ଲାଗେ ନାହିଁ। ବିଶେଷ କରି ମହିଳାମାନଙ୍କୁ ଗର୍ଭବତୀ ଥିବା ସମୟରେ ଯେଉଁଭଳି ମାନ୍ଦା ଅନୁଭୂତ ହୋଇଥାଏ ।  ଅଦା ଖାଇବା ଦ୍ୱାରା ତାହା କମ୍‌ ହୋଇଥାଏ।

ପ୍ରତି ଦିନ ଅଦା ଖାଉଥିବା ବ୍ୟକ୍ତିଙ୍କୁ ଥଣ୍ଡା ହୁଏ ନାହିଁ ।  ଥଣ୍ଡା ହୋଇ ଥିବା ସମୟରେ ଅଦା ଖାଇବା ଦ୍ଵାରା ଥଣ୍ଡା ଭଲ ହୋଇ ଥାଏ ।

ପଢନ୍ତୁ ;

ଭାଇରାଲ୍‌ ହୋଇଥିବା ଚଳନ୍ତା ଟ୍ରେନ୍‌ ସହ ବିପଜ୍ଜନକ ଭିଡିଓର ଅସଲ ରହସ୍ୟ ଜାଣନ୍ତୁ

Related posts

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା

ENO Beuro

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମକୁ କି ଫାଇଦା ମିଳେ ଜାଣନ୍ତୁ ?

ENO Beuro

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More