• Home
  • LIFESTYLE
  • ନିୟମିତ ସାଲାଡ ଖାଇବା ଦ୍ଵାରା ଆମକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ ?
LIFESTYLE

ନିୟମିତ ସାଲାଡ ଖାଇବା ଦ୍ଵାରା ଆମକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ ?

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାଲାଡ ଖାଇବା ନିହାତି ଆବଶ୍ୟକ । ନିୟମିତ ସାଲାଡ ଖାଇଲେ ଆମକୁ ଅନେକ ଉପକାରିତା ମିଳିଥାଏ । ସାଲାଡ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ଅଧିକାଂଶ ଲୋକ ସାଲାଡ ଖାଇବାକୁ ପସନ୍ଦ କରନ୍ତି । ସାଲାଡରେ ରହିଛି ଶରୀର ପାଇଁ ଅନେକ ଉପକାରୀ ଉପାଦାନ । ଡାକ୍ତର ମାନଙ୍କ ମତରେ ସବୁଜ ପତ୍ର ଯୁକ୍ତ ସାଲାଡ ମସ୍ତିଷ୍କକୁ ସତେଜ ଓ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏହାର ଅର୍ଥ ଯେଉଁ ମାନେ ସବୁଜ ପନିପରିବା ଓ ସବୁଜ ପତ୍ର ଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମାଙ୍କର ସାଧାରଣ ଲୋକଙ୍କ ଠାରୁ ସ୍ମରଣ ଶକ୍ତି ଅଧିକା କ୍ଷମତାଶାଳୀ ହୋଇଥାଏ ।

ନିୟମିତ ସାଲାଡ ଖାଇବାର ଫାଇଦା :-

  • ନିୟମିତ ସାଲାଡ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ଏହା ଦ୍ଵାରା ଓଜନ ହ୍ରାସ ମଧ୍ୟ ପାଇଥାଏ ।
  • ଆମେ ଜାଣିଛେ ସାଲାଡ ଖାଇବା ଦ୍ୱାରା ମେଦବହୁଳତା ବା ମୋଟାପଣ କମ ହୋଇଥାଏ । ଏହାର ମୁଖ୍ୟ କାରଣ ସବୁଜ ପନିପରିବାରେ କ୍ୟାଲୋରୀ ବହୁତ କମ ପରିମାଣରେ ଥାଏ ।
  • ଏହି କ୍ୟାଲୋରୀର ପ୍ରଭାବ ଏତେ ଶରୀର ଉପରେ ପଡେ ନାହିଁ । ଏହା ସହିତ ହୃତଘାତ ଓ କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ନ ଥାଏ ।
  • ବୟସ ବଢ଼ିଲା ପରେ ବୟସଜନିତ ସ୍ମରଣ ଶକ୍ତି କମିଯାଇଥାଏ ତେଣୁ ଏବେ ଠାରୁ ସବୁଜ ପନିପରିବା, ଶାଗ, ସାଲାଡ ଆଦି ଖାଇବା ମସ୍ତିଷ୍କର ଦକ୍ଷିତା ବଢିଥାଏ ।
  • ଏହା କ୍ୟାନସର ହେବାର ଆଶଙ୍କା ଦୂରକରେ ।  ନିଜ ଖାଦ୍ୟରେ ପ୍ରତିଦିନ ସବୁଜ ପରିବା ଅନ୍ତର୍ଭୁକ୍ତ କଲେ ହୃଦରୋଗର ଆଶଙ୍କା ୧୧ ପ୍ରତିଶତ କମ ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି ।
  • ପତ୍ରଜାତୀୟ ଖାଦ୍ୟରେ ଥିବା ପ୍ରାକୃତିକ ଫାଇବର ଯୋଗୁ ପେଟ ପୂରି ରହିଥିବା ପରି ଅନୁଭବ ହୁଏ ଏବଂ ଅଧିକ ଭୋକ ଲାଗେନାହିଁ ।

ନିୟମିତ ସାଲାଡ ଖାଇବା ଦ୍ଵାରା ଆମକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ ? salad 1

ପଢନ୍ତୁ ;

ଘରେ କିପରି ପ୍ରସ୍ତୁତ କରିବେ ‘ହଟ୍ ଆଣ୍ଡ ସୋର ସୁପ୍’ ଜାଣନ୍ତୁ ?

Related posts

ଆସନ୍ତୁ ଜାଣିବା , କଫି ଦ୍ୱାରା ତ୍ୱଚାକୁ କିଭଳି ସୁନ୍ଦର କରିପାରିବା !

Krishna Kumar Manoj

ପିଆଜ ଚା ପିଇବା ଦ୍ଵାରା କେଉଁ ରୋଗରୁ ଉପଶମ ମିଳିଥାଏ ଜାଣନ୍ତୁ ?

Krishna Kumar Manoj

ଭାଲେଣ୍ଟାଇନ୍ ଦିବସରେ କ’ଣ ଉପହାର ଦେବେ ଆପଣଙ୍କ ମନର ମଣିଷକୁ ଆସନ୍ତୁ ଜାଣିବା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More