LIFESTYLE

ଆପଣ ଜାଣିଛନ୍ତି କି ଆଇସକ୍ରିମ୍‌ରେ ରହିଛି ଭରପୁର ଭିଟାମିନ୍‌ ? ଏହା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

ଜାଣନ୍ତୁ ଆଇସକ୍ରିମ୍‌ରେ ଥିବା ଭିଟାମିନ୍‌ ବିଷୟରେ

ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ଏହି ଆଇସକ୍ରିମ । ଆଇସକ୍ରିମ୍‌ ନାଁ ଶୁଣିଲା ମାତ୍ରେ ସମସ୍ତଙ୍କର ଇଛା ହୋଇଥାଏ ଖାଇବାକୁ । କିନ୍ତୁ ସମସ୍ତେ ଆଇସକ୍ରିମ୍‌ ନ ଖାଇବା ପାଇଁ ଉପଦେଶ ଦେଇଥାନ୍ତି । ଶିଶୁମାନଙ୍କୁ ଆଇସକ୍ରିମ୍‌ ଠାରୁ ବହୁତ ଦୂରରେ ରଖିଥାନ୍ତି ପିତାମାତା ।  ଆପଣ ଜାଣିଛନ୍ତି କି ଆଇସକ୍ରିମ୍‌ରେ ମଧ୍ୟ ରହିଛି ଜରୁରୀ ଭିଟାମିନ୍‌ । ଆସନ୍ତୁ ଜାଣିବା ଏହି ଭିଟାମିନ୍‌ ବିଷୟରେ ।

ଆଇସକ୍ରିମ୍‌ରେ ଭରପୂର ମାତ୍ରାର ଭିଟାମିନ ‘ଏ’ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ହାଡ଼ ମଜବୁତ ରହିଥାଏ । ଏହା ଦ୍ୱାରା ତ୍ୱଚା , ଦାନ୍ତ, ଆଖି ଏବଂ କେଶ ଆଦିର ବିକାଶ ମଧ୍ୟ ହୋଇଥାଏ ।ଏହା ତ୍ୱଚା ଏବଂ ହାଡ଼କୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ଆଇସକ୍ରିମରେ ଥିବା ପୋଷକ ତତ୍ତ୍ୱ ଦୃଷ୍ଟି ଶକ୍ତି ମଧ୍ୟ ବଢ଼ାଇଥାଏ । ଏହା ଦ୍ୱାରା ଶରୀରକୁ କ୍ୟାଲସିୟମ୍‌ ମିଳିବା ସହ ଶରୀର ହାଡ଼କୁ ଶକ୍ତ ରଖିବା ସହ ମୋଟାପଣ ମଧ୍ୟ ଦୂର କରିଥାଏ । ଆଇସକ୍ରିମ୍‌ କ୍ଷୀର ଏବଂ ବିଭିନ୍ନ ପ୍ରକାରର ଫଳରୁ ପ୍ରସ୍ତୁତ ହେଉଥିବାରୁ ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ମିଳିଥାଏ । ଏହା ଶରୀରର ମାଂସପେଶୀକୁ ମଜବୁତ ରଖିଥାଏ । ଏହା ଶରୀରରେ ରକ୍ତ ବଢ଼ାଇବା ସହ ତ୍ୱଚା, ହାଡ଼ ଆଦିକୁ ଶକ୍ତ କରିଥାଏ । ଆଇସକ୍ରିମ୍‌ରେ ଭିଟାମିନ ବି-୨ ଏବଂ ବି-୧୨ ମଧ୍ୟ ରହିଥାଏ ।

ପଢନ୍ତୁ ;

ଟମାଟୋକୁ ତ୍ୱଚାରେ ଲଗାଇବା ଦ୍ୱାରା କ’ଣ ଲାଭ ମିଳେ ଜାଣନ୍ତୁ ?

Related posts

ଖରାଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି ଥଣ୍ଡା ରଖିବେ ଜାଣନ୍ତୁ?

ENO Beuro

ପାଟିକୁ ସତେଜ ଅନୁଭବ ଦେଉଥିବା ଏହି ପତ୍ରର ଚମତ୍କାରୀ ଔଷଧୀୟ ଗୁଣ

ENO Beuro

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More