LIFESTYLE

କଳମ୍ବ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ?

କଳମ୍ବ ଶାଗ ଖାଇବା ଶରୀର ପାଇଁ ବହୁତ ଉପଯୋଗୀ । ଏହାକୁ ଖାଇବା ଦ୍ଵାରା ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିରେ  ସାଧାରଣତଃ ଅଧିକ ପରିମାଣରେ ଭିଟାମିନ ରହିଛି । ପ୍ରତି ୧୦୦ ଗ୍ରାମ କଳମ୍ବ ଶାଗରେ କାର୍ବୋହାଇଡ୍ରେଟ୍ ୪ ଗ୍ରାମ, ପୃଷ୍ଟିସାର ୫ ଗ୍ରାମ, ଭିଟାମିନ-ଏ ୩୦୦-୪୦୦ ମାଇକ୍ରୋଗ୍ରାମ, ଭିଟାମିନ-ସି ୫୫ ମିଲିଗ୍ରାମ, ଲୌହ ୨.୦-୩.୧ ମିଲିଗ୍ରାମ ଆଦି ରହିଥାଏ ।

କଳମ୍ବ ଶାଗର ଉପକାରିତା :-

  • ଏହି ଶାଗ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହ କର୍କଟନିରୋଧ ଭାବେ କାମକରିଥାଏ ।
  •  ଯୁବତୀ ଓ ମହିଳାମାନେ ନିୟମିତ ଏହି ଶାଗ ଖାଇଲେ ତ୍ୱଚାରେ ଏକ ଚମକ ଆସିଥାଏ ।
  • ଯକୃତ ଜନିତ ସମସ୍ୟା ଦୂର କରିବାରେ ଏହି ଶାଗ ଅତ୍ୟନ୍ତ ଉପାଦେୟ ହୋଇଥାଏ ।
  • ମଧୁମେହ ରୋଗୀମାନେ ଏହି ଶଗାକୁ ନିୟମିତ ରୂପେ ଖାଇଲେ ଉପଶମ ଲାଭକରିଥାନ୍ତି ।
  • କଳମ୍ବ ଶାଗ ଖାଇଲେ କେଶର ଘନତ୍ୱ ବଢି ଥାଏ ।
  • ନିଦ୍ରାହୀନତା ଦୂର କରିବାରେ ସହାୟକ ହୋଇଥାଏ ଏହି ଶାଗ ।
  • ଭିଟାମିନ-ଏ ଅଧିକ ମାତ୍ରାରେ ଥିବାରୁ ଚକ୍ଷୁ ପାଇଁ ଏହା ଅତ୍ୟନ୍ତ ଉପାଦେୟ ଅଟେ ।
  • ଏହି ଶାଗକୁ ଦହି ଏବଂ ଭାତ ସହ ମିଶାଇ ଖାଇବା ଦ୍ୱାରା ଜୀର୍ଣ୍ଣ ଶକ୍ତି ବୃଦ୍ଧି ପାଇଥାଏ ।
  • ଶରୀରରେ ଥିବା ରକ୍ତକଣିକା ପରିମାଣ ମଧ୍ୟ ଏହି ଶାଗ ଖାଇବା ଦ୍ୱାରା ବୃଦ୍ଧି ପାଇଥାଏ ।
  • କଳମ୍ବ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟ ରୋଗ ଦୂର ହୋଇଥାଏ ।

ପଢନ୍ତୁ ;

ଟାଙ୍ଗିଆରେ ହାଣି ଶିକ୍ଷକଙ୍କୁ ହତ୍ୟା, ନାବାଳିକା ଝିଅ ଗୁରୁତର !

Related posts

ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

ENO Beuro

ପର୍‌ଫ୍ୟୁମ୍‌ର ଅତ୍ୟଧିକ ବ୍ୟବହାର ହୋଇପାରେ କ୍ଷତିକାରକ। ଜାଣି ନିଅନ୍ତୁ ସେ ସମ୍ପର୍କରେ

Ratnamani Moharana

ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ କିଛିଟା କଥା ବିଷୟରେ ଜାଣି ରଖନ୍ତୁ

ENO Beuro

2 comments

Leave a Comment