LIFESTYLE

ଖରାଦିନେ ପ୍ରତିଦିନ ପିଅନ୍ତୁ ଲସି , ଦୂର ହେବ ଏହି ସବୁ ରୋଗ

ଖରାଦିନେ ଶରୀରକୁ ହାଇଡ୍ରେଡ୍‌ ରଖିବାକୁ ଜଳୀୟଅଂଶ ଥିବା ପଦାର୍ଥ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ତେବେ ଏହି ଋତୁରେ ସୁସ୍ଥ ରହିବାକୁ ଚାହୁଁଥିଲେ ଲସି ମଧ୍ୟ ପିଇପାରିବେ । ଲସି ପିଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା ମିଳିଥାଏ । ଆସନ୍ତୁ ଜାଣିବା ଲସି ପିଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ ।

କେଉଁ ସବୁ ରୋଗ ଦୂର ହୁଏ ଜାଣନ୍ତୁ :-

  • ରକ୍ତଚାପ ଜନିତ ସମସ୍ୟା ଥିଲେ ଲସି ପିଇବା ଆରମ୍ଭ କରନ୍ତୁ। ଲସିରେ ଥିବା ପୋଟାସିୟମ ଓ ରାଇବୋଫଲେବିନ ତତ୍ତ୍ୱ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
  • ଲସି ପିଇବା ଦ୍ୱାରା ପେଟ ସମ୍ପର୍କିତ ସମସ୍ୟାରୁ ଆରାମ ମିଳିଥାଏ । ଏହା ପିଇବା ଦ୍ୱାରା ଫୁଡ୍‌ ପ୍ଲାଇଜିଙ୍ଗ ପରି ସମସ୍ୟା ଆଶଙ୍କା କମ୍ ହୁଏ । ଏହା ଆମ ଖାଦ୍ୟକୁ ପାଚନ କରିବାରେ ସହାୟକ ହୁଏ । ଏହାସହ କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ ।
  • ଲସି ପିଇବା ଦ୍ୱାରା ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ମିଳିଥାଏ । ଏହାସହ କ୍ୟାଲସିୟମ୍‌ ମଧ୍ୟ ଏଥିରେ ପ୍ରଚୁର ମାତ୍ରାରେ ରହିଛି । ଏହାଦ୍ୱାରା ଆପଣଙ୍କ ହାଡ଼ ମଜଭୁତ ହୋଇଥାଏ । ତାସହ ମାଂସପେଶୀକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
  • ଦହିର ପ୍ରବାୟିଟିକ୍‌ ଗୁଣ ଶରୀରକୁ କୋଲେଷ୍ଟ୍ରରଲ ମାତ୍ରା କମ୍‌ କରିଥାଏ। ଏହାସହ ଲସି ପିଇବା ଦ୍ୱାରା ମେଟାବଲିଜମ୍‌ ବଢ଼ିଥାଏ ।
  • ଲସି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଲସିରେ ଥିବା ଲାକ୍ଟିକ୍ ଏସିଡ୍‌ ଓ ଭିଟାମିନ୍‌ ଡି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
  • ଲସିରେ ଥିବା ଭିଟାମିନ୍‌ ବି ୧୨ କେଶ ଧଳା ହେବାରେ ରକ୍ଷା କରିଥାଏ ।

ପଢନ୍ତୁ ;

ବଧୂବେଶରେ ସୋନମଙ୍କ ପ୍ରଥମ ଲୁକ୍ !

Related posts

ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

ENO Beuro

ପ୍ରତିଦିନ ସକାଳେ ପିଅନ୍ତୁ ଲବଙ୍ଗ ଚା’, ମିଳିବ ଏହି ସବୁ ଫାଇଦା

ENO Beuro

କଳମ୍ବ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ?

ENO Beuro

1 comment

Leave a Comment