LIFESTYLE

ଆସନ୍ତୁ ଜାଣନ୍ତୁ ମୁଳାପତ୍ର ଶରୀର ପାଇଁ କେତେ ଉପଯୋଗୀ ?

ଶୀତଦିନିଆ ପରିବା ଭାବେ ଜଣାଯାଉଥିବା ମୂଳା ଆଜିକାଲି ପ୍ରତ୍ୟେକ ଋତୁରେ ବଜାରରେ ଉପଲବ୍ଧ ହେଉଛି । ମୂଳା ଖାଇବା ଦେହ ପାଇଁ ବହୁତ ଉପଯୋଗୀ । ନିୟମିତ ଭାବେ ମୂଳା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ମତ। ତେବେ କେବଳ ମୂଳା ନୁହେଁ, ମୂଳାପତ୍ରରେ ମଧ୍ୟ ଔଷଧୀୟ ଗୁଣ ଭରପୂର ରହିଛି । ମୂଳାପତ୍ରରେ ଭିଟାମିନ୍ ବି, ସି, କେ, ଇ ଭରପୂର ଥିବାବେଳେ ପୋଟାସିୟମ୍ ଓ ଲାଇକୋପିନ୍ ମଧ୍ୟ ରହିଛି ।

ମୂଳାର ଉପକାରିତା

ମୂଳା ପତ୍ରକୁ ସିଝାଇ ସୁପ୍ ପରି ସେବନ କଲେ କେଶ ଓ ତ୍ବଚାରେ ବିଶେଷ ଚମକ ଆସିଥାଏ । ମୂଳାକୁ ସଲାଟରେ ବହୁତ ବ୍ୟବହାର କରାଯାଏ । ମୂଳାରେ ପ୍ରୋଟିନ, କ୍ୟାଲସିୟମ ,ଆୟୋଡିନ ଓ ଆଇରନ ଭରପୁର ମାତ୍ରାରେ ଅଛି ।

ଓଜନ କମ୍ କରିବାକୁ ଚାହୁଁଥିବା ଲୋକେ ସାଲାଡରେ ମୂଳାପତ୍ରକୁ ବ୍ୟବହାର କରିବା ଆବଶ୍ୟକ। ୧ ମାସ ଏହାକୁ ଖାଇବା ପରେ ଓଜନ ୩-୪ କିଲୋ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ ।ମୂଳା ରସରେ ଲୁଣ ଓ ଲେମ୍ବୁ ମିଶାଇ ସେବନ କରିବା ଦ୍ଵାରା ଓଜନ କମ ହୋଇଥାଏ।

ପେଟ ପାଇଁ ମୂଳା ବହୁତ ଲାଭଦାୟକ । ପେଟ ରୋଗ ଭଲ ପାଇଁ ମୂଳା ରସ ବହୁତ ଲାଭ ଦାୟକ । ଯଦି ପେଟ ଓଜନିଆ ଲାଗେ ତେବେ ମୂଳା ରସରେ ଲୁଣ ମିଶାଇ ପିଅନ୍ତୁ ଆରମ ଲାଗିବ । ଫାଇବର୍ ଭରପୂର ଥିବା ମୂଳା ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ କଲେ ତାହା ହଜମ କ୍ରିୟା ଉତ୍ତମ କରେ ।

ମୂଳା ଖାଇବା ଦ୍ଵାରା ଲିବର ଜନିତ ସମସ୍ୟା ଦୂର ହୋଇଥାଏ । ଲିବର ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ମୂଳା ସେବନ କରନ୍ତୁ । ମୂଳାପତ୍ରରେ କର୍କଟ ପ୍ରତିରୋଧକ ଗୁଣ ଭରପୂର ଅଛି। ଏଣୁ ମୂଳା ସହ ମୂଳା ପତ୍ର ସିଝା ପାଣି ପିଇବା ଉତ୍ତମ ।


ପଢନ୍ତୁ ;

କୋମଳ ଓ ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ମୁଲତାନୀ ମାଟି

Related posts

ଘରୋଇ ଉପାୟରେ କରନ୍ତୁ କହୁଣି ଓ ଗଣ୍ଠିରୁ କଳାଦାଗ ଦୂର: ଜାଣନ୍ତୁ କିପରି

Ratnamani Moharana

ବିସ୍କୁଟ କ୍ଷୀରି ଖାଇଛନ୍ତି କି ? ଆସନ୍ତୁ ଜାଣିବା କେମିତି ତିଆରି ହୁଏ ବିସ୍କୁଟ କ୍ଷୀରି

ENO Beuro

ଆସନ୍ତୁ ଜାଣିବା ପୁରୁଷ ମାନଙ୍କ ବିଷୟରେ ୬ଟି ରହସ୍ୟମୟ କଥା

ENO Beuro

Leave a Comment