• Home
  • LIFESTYLE
  • ଛତୁରେ ଭରିରହିଛି ଔଷଧୀୟ ଗୁଣ , ଏହାକୁ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?
LIFESTYLE

ଛତୁରେ ଭରିରହିଛି ଔଷଧୀୟ ଗୁଣ , ଏହାକୁ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

ଛତୁରେ ଭରିରହିଛି ଔଷଧୀୟ ଗୁଣ

ଛତୁ ନିୟମିତ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏକ ନୂଆ ରିପୋର୍ଟରୁ ଏହା ଦାବି କରାଯାଇଛି ଯେ, ଛତୁରେ ଏମିତି କିଛି ଔଷଧିୟ ଗୁଣ ରହିଛି ଯାହା ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ସ୍ନାୟୁତନ୍ତ୍ର ସମ୍ବନ୍ଧୀୟ ସମସ୍ୟା, ସଂକ୍ରମକ ରୋଗ, ହୃଦରୋଗ, ମଧୁମେହ, ଓଜନ ହ୍ରାସ ଭଳି ସମସ୍ୟା ଦୂର କରିବାରେ ଯଥେଷ୍ଟ ଭାବରେ ସହାୟକ ମଧ୍ୟ ହୋଇଥାଏ ଛତୁ ।

ଛତୁ ଖାଇବା ଦ୍ୱାରା ଶରୀରକୁ ଆଉ କଣ ସବୁ ଉପକାର ମିଳିଥାଏ ଜାଣନ୍ତୁ

  • ଏହା ସାଧାରଣତଃ ପ୍ରୋଷ୍ଟେଟ୍ ଏବଂ ବ୍ରେଷ୍ଟ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଏଥିରେ ବିଶେଷ କରି ବିଟା ଗ୍ଲୁକନ ଓ କଂଜୁଗେଟ୍ ଲାନୋଲିକ୍ ଏସିଡ୍ ମିଶିକରି ରହିଥାଏ ଯାହା ଏକ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଥାଏ । ଆଉ ଯାହା କ୍ୟାନସର ବା କର୍କଟ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ ।
  • ଏଥିରେ ଥିବା ଲିନ୍ ପ୍ରୋଟିନ୍ କାରଣରୁ ଏହା ଶରୀରର ଓଜନ ହଟାଇବାରେ ସହଯୋଗ କରିଥାଏ। ତେବେ ମୋଟାପଣ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କୁ ପ୍ରୋଟିନ୍ ଡାଇଟରେ ରହିବାକୁ ସାଧାରଣତଃ ଡାକ୍ତର ପରାମର୍ଶ ଦେଇଥାନ୍ତି। ଆଉ ଏହିସମୟରେ ଛତୁ ଖାଇବା ହିଁ ଉପଯୁକ୍ତ ହୋଇଥାଏ।
  • ଛତୁରେ ସେ ସବୁ ଉପାଦାନ ମିଶିକରିଥାଏ ଯାହା ମଧୁମେହ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଏଥିରେ ସାଧାରଣତଃ ଭିଟାମିନ, ମିନେରାଲ ଏବଂ ଫାଇବର ମିଶିକରି ରହିଛି ।
  • ଏଥିସହ ଫ୍ୟାଟ୍,କାର୍ବୋହାଇଡ୍ରେଟ୍ ଏବଂ ସୁଗାରର ମାତ୍ରା ମଧ୍ୟ ନଥାଏ । ଯାହାକି ଜଣେ ମଧୁମେହ ରୋଗୀ ପାଇଁ ଉପଯୁକ୍ତ ହୋଇଥାଏ। ଏହା ଶରୀରରେ ଇନସୁଲିନର ମାତ୍ରାକୁ ବଢାଇଥାଏ  ।
  • ଛତୁ ସାଧାରଣତଃ ପ୍ରୋଷ୍ଟେଟ୍ ଏବଂ ବ୍ରେଷ୍ଟ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଏଥିରେ ବିଶେଷ କରି ବିଟା ଗ୍ଲୁକନ ଓ କଂଜୁଗେଟ୍ ଲାନୋଲିକ୍ ଏସିଡ୍ ମିଶିକରି ରହିଥାଏ ଯାହା ଏକ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଥାଏ ।  କର୍କଟ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ ।

ଛତୁରେ ଭରିରହିଛି ଔଷଧୀୟ ଗୁଣ , ଏହାକୁ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ? masrum

ପଢନ୍ତୁ ;

ଆସନ୍ତାକାଲି ଓଜେଇଇ ପରୀକ୍ଷା : ୪୮ ହଜାର ୩୧୭ ଜଣ ପରୀକ୍ଷାର୍ଥୀ

Related posts

ଜୀବନଶୈଳୀରେ ପରିବର୍ତ୍ତନ ଚାହୁଁଛନ୍ତି କି ? ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

ସକାଳୁ ଚାଉଳଧୁଆ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ମିଠା ହାଲୁଆ ଯେ କେବଳ ସୁସ୍ଵାଦୁ ଲାଗେ , ତାହା ନୁହେଁ ବରଂ ରୋଗରୁ ମଧ୍ୟ ମୁକ୍ତି ଦିଏ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More