LIFESTYLE

ଛତୁ ଖାଇବା ଦ୍ୱାରା ଶରୀରକୁ କି କି ଉପକାର ମିଳିଥାଏ ଜାଣନ୍ତୁ

ମୋଟାପଣ ଦୂର କରେ ଛତୁ ଜାଣନ୍ତୁ କିପରି

ଛତୁରେ ଏମିତି କିଛି ଔଷଧିୟ ଗୁଣ ରହିଛି ଯାହା ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ଏକ  ରିପୋର୍ଟରୁ ଜଣା ପଡିଛି । ଛତୁକୁ ନିୟମିତ ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିସହ ଏହା ସ୍ନାୟୁତନ୍ତ୍ର ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ଯଥେଷ୍ଟ ଭାବରେ ସହାୟକ ମଧ୍ୟ ହୋଇଥାଏ ।

ଛତୁ  ବ୍ରେଷ୍ଟ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ଏଥିରେ ବିଟା ଗ୍ଲୁକନ ଓ କଂଜୁଗେଟ୍ ଲାନୋଲିକ୍ ଏସିଡ୍ ମିଶିକରି ରହିଥାଏ ଯାହା କି  ଏକ ପ୍ରତିରୋଧକ ଶକ୍ତି ଭାବରେ କାର୍ଯ୍ୟ କରିଥାଏ । ଆଉ ଯାହା କ୍ୟାନସର ବା କର୍କଟ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିଥାଏ ।

ଛତୁରେ ଥିବା ଲିନ୍ ପ୍ରୋଟିନ୍ କାରଣରୁ ଏହା ଶରୀରର ଓଜନ ହଟାଇବାରେ ସହଯୋଗ କରିଥାଏ । ତେବେ ମୋଟାପଣ ହ୍ରାସ କରିବାକୁ ଚାହୁଁଥିବା ଲୋକଙ୍କୁ ପ୍ରୋଟିନ୍ ଡାଇଟରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଆଉ ଏହି ସମୟରେ ଛତୁ ଖାଇବା ହିଁ ଉପଯୁକ୍ତ ହୋଇଥାଏ ।

ହୃଦୟ ରୋଗ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଛତୁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ହାଇନ୍ୟୁଟ୍ରିୟର୍ସ ଯାହା ହୃଦୟ ପାଇଁ ଅଧିକ ଉପକାରୀ ହୋଇଥାଏ । ଏଥିରେ କିଛି ପ୍ରକାରର ଏନଜାଇମ ଓ ରସ ଥାଏ ଯାହା କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିଥାଏ ।

ଛତୁରେ ସେ ସବୁ ଉପାଦାନ ମିଶିକରିଥାଏ ।  ମଧୁମେହ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଏଥିରେ ଫ୍ୟାଟ୍,କାର୍ବୋହାଇଡ୍ରେଟ୍ ଏବଂ ସୁଗାରର ମାତ୍ରା ମଧ୍ୟ ନଥାଏ । ଏଥିରେ  ଭିଟାମିନ, ମିନେରାଲ ଏବଂ ଫାଇବର ମିଶିକରି ରହିଛି ।  ଏହା ଶରୀରରେ ଇନସୁଲିନର ମାତ୍ରାକୁ ବଢାଇଥାଏ ।


ପଢନ୍ତୁ ;

ବିୟର ଆପଣଙ୍କ କେଶ ପାଇଁ କେତେ ଲାଭ ଦାୟକ ଏବଂ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Related posts

ଖାଲି ପେଟରେ ପିଅନ୍ତୁ କିସ୍‌ମିସ ପାଣି, ମିଳିବ ଅନେକ ଫାଇଦା

ENO Beuro

ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ

ENO Beuro

ଚଲାନ୍ତୁ ଜାଣିବା ଗାଲରେ ଭଉଁରୀ ଥିଲେ ବ୍ୟକ୍ତି ସ୍ୱଭାବରେ କିପରି ହୋଇଥାଏ!

ENO Beuro

1 comment

Leave a Comment