• Home
  • Featured
  • ଆପଣ ମାନେ ଜାଣନ୍ତି, କଞ୍ଚା ରସୁଣ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ? ଆସନ୍ତୁ ଜାଣିବା
Featured

ଆପଣ ମାନେ ଜାଣନ୍ତି, କଞ୍ଚା ରସୁଣ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ? ଆସନ୍ତୁ ଜାଣିବା

ସାଧାରଣତ କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ।  କିନ୍ତୁ ଶରୀରକୁ ସୁସ୍ଥ ରଖିବାରେ ଏହି ଖାଦ୍ୟ ର ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ । ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ କଞ୍ଚା ରସୁଣ ର ଆବଶ୍ୟକତା ରହିଛି ଜାଣନ୍ତୁ କିଛି ଘରୋଇ ଉପଚାର ।

୧॰ ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଖାଲି ପେଟରେ ଚୋବାଇ ଖାଆନ୍ତୁ ଏବଂ  କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ । ନିହାତି ଭାବରେ ଆମକୁ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ ।

୨॰ ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବଢ଼ିଲେ ହୃଦ୍‌ ଜନିତ ସମସ୍ୟା ଆରମ୍ଭ ହୁଏ । ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍‌ କରିବା ପାଇଁ ରସୁଣ ଆମର ବହୁତ ଉପକାରରେ ଲାଗିଥାଏ ।

୩॰ ଶରୀରରେ ଟକ୍ସିନ୍‌ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍‌ ପରି ସମସ୍ୟା ଦେଖାଯାଏ ।ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ ।

୪॰ ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ।

୫॰ ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କ୍ଷୀର ସହିତ ରସୁଣକୁ ମିଶାଇ ପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ଆମେ ସୁନିଦ୍ରା ପାଇପାରିବା ।

୬॰ ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ,ଟିକେ ହଳଦୀ ପକାଇ ଫୁଟାଇ ପିଇବା ଦ୍ୱାରା କଫ କାସରୁ ଆରାମ ମିିଳିବା ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ ।

୭॰ ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ । ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ଆପଣ ମାନେ ଜାଣନ୍ତି, କଞ୍ଚା ରସୁଣ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ  ଆପଣ ମାନେ ଜାଣନ୍ତି, କଞ୍ଚା ରସୁଣ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ? ଆସନ୍ତୁ ଜାଣିବା

ଆସନ୍ତୁ ଜାଣିବା କଞ୍ଚା ପିଆଜ କେତେ ଦରକାରୀ

Related posts

ଏସବିଆଇ ଗ୍ରାହକଙ୍କ ପାଇଁ ସମସ୍ୟା ! ଆକାଉଂଟରୁ କଟୁୁଛି ଟଙ୍କା ,ଜାଣନ୍ତୁ କାହିଁକି ?

Krishna Kumar Manoj

“Bhubaneswar Style Week” With A Fashion Statement Of Traditional Pattachitra of Odisha

Jitendra

ସାଓମୀ ଓ ରିଲାଏନ୍ସ ଜିଓର ଅଫର : ରେଡ୍‌ମି କିଣିଲେ ଜିଓର ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More